ହେଡଲାଇନସ୍:

ଲାୟନ୍ସ କ୍ଲବ୍ ର ୩୫ତମ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:- ଲାୟନ୍ସ କ୍ଲବ୍ ଅଫ୍ ପଦ୍ମପୁରର ୩୫ତମ ଶପଥ ଗ୍ରହଣ ସମାରୋହ ସ୍ଥାନୀୟ ଲାୟନ୍ସ ଭବନଠାରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ସମ୍ମାନିତ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇଥିଲେ।ଜିଲ୍ଲା ଗଭର୍ନର-ଇଲେକ୍ଟ ଲାୟନ୍ ଚରଣଜିତ କୌର ହୁରା ଇନଷ୍ଟଲେସନ୍ ଅଫିସର ଭାବେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ଅତିଥି ସମ୍ମାନନୀୟ ଭାବେ ଲାୟନ୍ ପ୍ରଦୀପ ଅଗ୍ରୱାଲ ଉପସ୍ଥିତ ରହି ନୂତନ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ।କ୍ଲବ୍‌ର ସଭାପତି ଲାୟନ୍ ପ୍ରୀତମ ମେହେର ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ସଭାପତି ଭାବେ ଲାୟନ୍ ସୌମ୍ୟଜିତ ପାଢ଼ୀ, ସମ୍ପାଦକ ଭାବେ ଲାୟନ୍ ଶାଶ୍ୱତ ଦାଶ ଏବଂ କୋଷାଧ୍ୟକ୍ଷ ଭାବେ ଲାୟନ୍ ରାଜେନ୍ଦ୍ର ମେହେର ଦାୟିତ୍ୱ ଗ୍ରହଣ କରିଥିଲେ। ସଭାପତି ଲାୟନ୍ ସୌମ୍ୟଜିତ୍ ପାଢ଼ୀ ଆଗାମୀ ବର୍ଷ ପାଇଁ ହେବାକୁ ଥିବା ସେବା କାର୍ଯ୍ୟକ୍ରମ ମାନଙ୍କର ବିବରଣୀ ପ୍ରଦାନ କରିଥିଲେ ।ସମାରୋହରେ ଦୁଇଜଣ ନୂତନ ସଦସ୍ୟଙ୍କୁ ଲାୟନ୍ସ ପରିବାରରେ ସାମିଲ କରାଯାଇଥିଲା। ପୂର୍ବତନ ଜିଲ୍ଲା ଗଭର୍ନର (PDG) ଲାୟନ୍ ବେଣୁମାଧବ ଡୋରା ଓ ଦ୍ୱିତୀୟ ଉପ ଜିଲ୍ଲା ଗଭର୍ନର-ଇଲେକ୍ଟ ମେଜର ଚିତ୍ତରଞ୍ଜନ ଦାଶ ନୂତନ ଟିମ୍‌କୁ ଆଶୀର୍ବାଦ ଓ ଶୁଭେଚ୍ଛା ପ୍ରଦାନ କରିଥିଲେ।

କ୍ଲବ୍‌ର ବିକାଶ ଓ ସେବା କାର୍ଯ୍ୟକ୍ରମରେ ଅବଦାନ ପାଇଁ ଲାୟନ୍ସ କ୍ଲବ୍ ଅଫ୍ ପଦ୍ମପୁରର ସମସ୍ତ ପୂର୍ବତନ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଲାୟନ୍ସ କ୍ଲବ୍ ଅଫ୍ ପାଟଣାଗଡ଼, ପାଟଣାଗଡ଼ ଆଚିଭର୍ସ, ପାଇକମାଲ ନୃସିଂହନାଥ, ଗୋଦଭଗା ରୟାଲ ଏବଂ ଟିଟିଲାଗଡ଼ର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲେ।

ଶେଷରେ ନବନିର୍ବାଚିତ ସମ୍ପାଦକ ଲାୟନ୍ ଶାଶ୍ୱତ ଦାଶ ଧନ୍ୟବାଦ ଅର୍ପଣ କରି ସମାରୋହର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

0
0
0
s2sdefault