ହେଡଲାଇନସ୍:

ମାନସିକ ନିର୍ଯାତନା ଅଭିଯୋଗ ନେଇ ଡିଆରଡିଏ ସମ୍ମିଳନୀ କକ୍ଷରେ ଫେରାଦ ଓ ନ୍ୟାୟ ଦାବି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:୦୮,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଅର୍ଣ୍ଣପୂର୍ଣ୍ଣା ପଣ୍ଡାଙ୍କ ପ୍ରତି ହୋଇଥିବା କଥିତ ମାନସିକ ନିର୍ଯାତନା ଓ କାର୍ଯ୍ୟାଳୟ ହଇରାଣ ଘଟଣାକୁ ନେଇ ତାଙ୍କ ସ୍ୱାମୀ ସୁକାନ୍ତ ଦିବେଦୀ ଆଜି କେନ୍ଦ୍ରାପଡା ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ବ୍ଲକ ଶିକ୍ଷା ଅଧିକାରୀ (ବି.ଇ.ଓ.) ଏବଂ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ଏ.ବି.ଇ.ଓ.)ଙ୍କ ପକ୍ଷରୁ ଦୀର୍ଘଦିନ ଧରି ତାଙ୍କ ପତ୍ନୀଙ୍କୁ ମାନସିକ ଚାପ, ଅସମ୍ମାନଜନକ ବ୍ୟବହାର ଓ କାର୍ଯ୍ୟାଳୟ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାର ପ୍ରଭାବରେ ଅର୍ଣ୍ଣପୂର୍ଣ୍ଣା ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବନତି ଘଟିଥିବା ସହ ସେ ଗୁରୁତର ମାନସିକ ଅବସାଦରେ ପଡ଼ିଥିବା ଦାବି କରାଯାଇଛି।
ଅଭିଯୋଗପତ୍ରରେ ଘଟଣାର ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନାନୁଗ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ସୁକାନ୍ତ ଦିବେଦୀ ଅନୁରୋଧ କରିଛନ୍ତି।
ଘଟଣାକୁ ନେଇ ଶିକ୍ଷା ମହଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

0
0
0
s2sdefault