ହେଡଲାଇନସ୍:

ଏନସିସି କ୍ୟାଡେଟ ମାନଙ୍କୁ ମହିଳା ଓ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ତାଲିମ ପ୍ରଦାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କେନ୍ଦୁଝର,ତା୮/୬- ଗତ ଜୁନ ୧ ତାରିଖରୁ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରର ଆରମ୍ଭ ହୋଇଥିବା ଏନସିସି କ୍ୟାମ୍ପ ଶିବିରର ସପ୍ତମ ଦିନରେ ପ୍ରକଳ୍ପର ପ୍ରତିଷ୍ଠାତା ବିପ୍ଳବ ମିଶ୍ର ଏବଂ ସଖୀ-ୱାନ ଷ୍ଟପ ସେଣ୍ଟରର କେଶ ୱାର୍କର ତଵାସୁମ ବେଗମ ଯୋଗଦେଇ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ଏବଂ ଯୋଜନା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ I କେନ୍ଦୁଝର ସଦର ମହକୁମା ଡାକ୍ତରଖାନା ପରିସରରେ ଅବସ୍ଥିତ ସଖୀ-ୱାନ ଷ୍ଟପ ସେଣ୍ଟର ତରଫରୁ ଦିଆ ଯାଉଥିବା ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରିବା ସଙ୍ଗେ ସଙ୍ଗେ ସାମାଜିକ ଜୀବନରେ ମହିଳା ମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ।ଘରୋଇ ହିଂସା, ଧର୍ଷଣ, ଯୌନ ନିର୍ଯ୍ୟାତନା,ନିଖୋଜ,ଏସିଡ଼ ଆକ୍ରମଣ,ଶିଶୁ ଯୌନ ନିର୍ଯ୍ୟାତନା,ବାଲ୍ୟ ବିବାହ,ସାଇବର ଅପରାଧ, ଯୌତୁକ ନିର୍ଯାତନା ଆଦି ଉପରେ ଆଲୋଚନା ହୋଇ ଏହି ସମ୍ପର୍କରେ ଥିବା ଆଇନଗତ ସୁରକ୍ଷା ବିଧିବ୍ୟବସ୍ଥା ଉପରେ ବିଶେଷ ଆଲୋଚନା ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ବିପ୍ଳବ ମିଶ୍ର ମହିଳା ମାନଙ୍କ ପାଇଁ ଉପଲବ୍ଧ ସାମ୍ବିଧାନିକ ସୁରକ୍ଷା ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ସମ୍ପର୍କର ବିଭିନ୍ନ ଉଦାହରଣ ସହ ବିଶଦ ଭାବରେ ଆଲୋଚନା କରିଥିଲେ।ସମ୍ବିଧାନର ଧାରା ୧୪,୧୫,୧୫(୩),୧୬,୩୯(ଏ) ଏବଂ (ଡି)କୁ ତର୍ଜମା କରି ଏହା କିପରି ମହିଳା ମାନଙ୍କୁ ସହାୟତା କରୁଛି ଆଲୋଚନା କରାଯାଇଥିଲାI ଅନ୍ୟାନ୍ୟ ମୁଖ୍ୟ ଆଇନ ଯଥା ଯୌତୁକ ନିରୋଧ ଆଇନ, ୧୯୬୧, ଘରୋଇ ହିଂସା ସୁରକ୍ଷା ଆଇନ,୨୦୦୫,କାର୍ଯ୍ୟ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଆଇନ,୨୦୧୩, ସମାନ ମଜୁରୀ ଆଇନ ୧୯୭୬,ପ୍ରସବକାଳୀନ ସୁବିଧା ଆଇନ ୧୯୬୧ ଏବଂ ୨୦୧୭ ସମ୍ପର୍କରେ ସମସ୍ତଙ୍କୁ ଅବଗତ ଜରାଯାଇଥିଲା। ଏହି କାର୍ଯ୍ୟକ୍ରମ କମାଣ୍ଡର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ, ଲେଫ୍ଟନାଣ୍ଟ କର୍ନେଲ ମୟୁର ଘାଡଗେ ଏବଂ ସୁବେଦାର ମହମ୍ମଦ ସାହିଦଙ୍କ ନେତୃତ୍ୱରେ ସୁନ୍ଦର ଭାବେ ଆୟୋଜିତ ହୋଇଥିଲା। କେଶ ୱାର୍କର ଜ୍ୟୋତିର୍ମୟୀ ରଣା ଏଥିରେ ସହଯୋଗ କରିଥିଲେ।ଏହି ଶିବିରରେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରୁ ୬୦୦ ଏନସିସି କ୍ୟାଡେଟ ଯୋଗଦେଇଥିଲେ।

0
0
0
s2sdefault