ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ହାଇସ୍କୁଲ ଖେଳ ପଡ଼ିଆରେ ଆଜି ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପବିତ୍ର ରାୟ, ତାଣ୍ଡବାଇ ସରପଞ୍ଚ ସତ୍ୟ ମାଡକାମୀ, ଗୌର ମଜୁମଦାର, ବିଧାୟକ ପ୍ରତିନିଧି ହାରବିଳାଶ ମଣ୍ଡଳ, SBI ବ୍ୟାଙ୍କ ମ୍ୟାନେଜର ଏବଂ ସମାଜସେବୀ ନାରାୟଣ ସରକାର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଆଜିର ଉଦଘାଟନୀ ର ପ୍ରଥମ ମ୍ୟାଚ ରେ ମ୍ୟାଚ ମାରୀଗୁଡା ଓ ଶିଖପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ରେ ଶିଖପାଲି ଦଳ ପ୍ରଥମେ ଟଚ ଜିତି ବ୍ୟାଟିଂ ର ନିଷ୍ପତି ନେଇ ନିର୍ଧାରିତ ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୯୧ ରନ କରିଥିଲେ ବଦଳରେ ମାରୀଗୁଡା ଦଳ ୧୦ ଓଭର ରେ ୯ ଉଇକେଟ ହରାଇ ୯୨ ରନ କରି ଜିତିଯାଇଥିଲ lଉପସ୍ଥିତ ଅତିଥିମାନେ କ୍ରୀଡ଼ା ମନୋଭାବ ଓ ଭ୍ରାତୃତ୍ୱ ବଜାୟ ରଖି ଖେଳିବା ପାଇଁ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ।
MV-79 ସ୍ଥିତ ସବାରୀ କ୍ରିକେଟ କ୍ଲବର ସମସ୍ତ ଖେଳାଳିଙ୍କ ମିଳିତ ପ୍ରୟାସରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଏଥିସହ ଅଞ୍ଚଳର ଖେଳପ୍ରେମୀମାନେ ଘରେ ବସି ଖେଳର ଆନନ୍ଦ ଉଠାଇପାରିବେ ବୋଲି YouTube Live(go live go 123) ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ରାଜ୍ୟ
ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
- Hits: 19







