୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ)-୨୦୨୬ ଉଦଘାଟିତ;

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇଗଲଫାଇଟର ଓ ଆଇକନଷ୍ଟାରର ବିଜୟୀ


ଓଡ଼ଗାଁ, ୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ରଘୁନାଥ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ)-୨୦୨୬ ରବିବାର ଉଦଘାଟିତ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ଦିନରେ ଅନୁଷ୍ଠିତ ଦୁଇଟି ମ୍ୟାଚ୍‌ରେ ଇଗଲଫାଇଟର ଓ ଆଇକନଷ୍ଟାର ଦଳ ବିଜୟ ହାସଲ କରିଛନ୍ତି। ଉଦଘାଟନୀ ମ୍ୟାଚ୍‌ରେ ଇଗଲଫାଇଟର ଓ ପାୱାର ଇଲେଭେନ ମୁହାଁମୁହିଁ ହୋଇଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାୱାର ଇଲେଭେନ ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ୍ ହାରାଇ ୧୦୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇଗଲଫାଇଟର ୭.୪ ଓଭରରେ ୪ ଉଇକେଟ୍ ବିନିମୟରେ ୧୦୫ ରନ୍ ସଂଗ୍ରହ କରି ସହଜ ବିଜୟ ହାସଲ କରିଥିଲା। ବିଜୟୀ ଦଳର ସୁମନଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଆଇକନଷ୍ଟାର ଓ ଫାଇଟର ଇଲେଭେନ ମଧ୍ୟରେ ମୁକାବିଲା ହୋଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଇକନଷ୍ଟାର ୧୦ ଓଭରରେ ୫ ଉଇକେଟ୍ ହାରାଇ ୮୩ ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟ ପିଛା କରି ଫାଇଟର ଇଲେଭେନ ୮ ଓଭରରେ ୬୯ ରନ୍‌ରେ ସୀମିତ ରହିଥିବାରୁ ଆଇକନଷ୍ଟାର ୧୪ ରନ୍‌ରେ ବିଜୟୀ ହୋଇଥିଲା। ଆଇକନଷ୍ଟାରର ସୁଭମଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା। କିସନ, ରାମ, ଗୋପାଳ, ଚନ୍ଦନ ଓ ଗୁଡୁ ମ୍ୟାଚ୍‌ଗୁଡ଼ିକୁ ପରିଚାଳନା କରିଥିଲେ। ସୋମବାର ୬ଟି ଦଳ ମଧ୍ୟରେ ୩ଟି ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାସହ ଓଡ଼ଗାଁ ବିଜେପି ମଣ୍ଡଳ ସଭାପତି ସଞ୍ଜୟ କୁମାର ସାହୁ ଓ କ୍ରିକେଟ ଭେଟେରାନ୍ ଉମାକାନ୍ତ ଦାସ ଉପସ୍ଥିତ ଥିଲେ। ଅତିଥିମାନେ ଖେଳାଳିଙ୍କ ସହ ଓଡ଼ଗାଁ ରଘୁନାଥ ମନ୍ଦିରରୁ ବାହାରିଥିବା ମଶାଲ ଶୋଭାଯାତ୍ରାରେ ସାମିଲ ହୋଇ ଓଡ଼ଗାଁ ମିନି ଷ୍ଟାଡିୟମରେ ପହଞ୍ଚିଥିଲେ। ପରେ ସେମାନେ ଆନୁଷ୍ଠାନିକ ଭାବେ ଟୁର୍ନାମେଣ୍ଟର ଉଦଘାଟନ କରିଥିଲେ।

0
0
0
s2sdefault