ହେଡଲାଇନସ୍:

ଝାରସୁଗୁଡ଼ାରେ ହେବ ଓୟୁଜେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ପ୍ରସ୍ତୁତି ନେଇ ଜିଲ୍ଲା ଶାଖାର ରଣନୀତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଝାରସୁଗୁଡ଼ା: ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ଝାରସୁଗୁଡ଼ା ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ବ୍ରଜରାଜନଗରସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଉପନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସଙ୍ଗଠନର ସୁଦୃଢ଼ୀକରଣ, ସଦସ୍ୟ ସକ୍ରିୟତା ବୃଦ୍ଧି ଏବଂ ଆଗାମୀ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଗୃହୀତ ମୁଖ୍ୟ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫ରୁ ୩୦ ତାରିଖ ମଧ୍ୟରେ ଝାରସୁଗୁଡ଼ାସ୍ଥିତ ନବଦାସ ଅଡିଟୋରିୟମ୍‌ରେ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯିବ। ଦୁଇ ଦିନିଆ ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ମତ ପ୍ରକାଶ କରିଥିଲେ। ଏହି ସମ୍ପର୍କରେ ରାଜ୍ୟ କମିଟିକୁ ବିଧିବଦ୍ଧ ଭାବେ ଅବଗତ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଜିଲ୍ଲା ସାଧାରଣ ସମ୍ପାଦକ ଭରତ ପାତ୍ର ସଙ୍ଗଠନର ବିଭିନ୍ନ ସମସ୍ୟା, କାର୍ଯ୍ୟକଳାପ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଉପସ୍ଥାପନ କରିଥିଲେ। ସଙ୍ଗଠନକୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ପ୍ରାରମ୍ଭରେ ସଦସ୍ୟ ପ୍ୟାରିଲାଲ ଶ୍ରୀବାସ୍ତବ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଅଜୟ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ବରାଡ଼ଙ୍କ ସମେତ ଜୀବନ ମହାନ୍ତି, ଶେଖର ବିଶି, ତ୍ରିଲୋଚନ ଦାଶ, ବନବାସୀ ଗୌଡ଼, ଭୁବନ କିଶୋର ତିୱାରୀ, ଡଃ ବିଜୟ ପଟ୍ଟନାୟକ, ଭୋପାଳ ବେହେରା, ଲକ୍ଷ୍ମୀକାନ୍ତ ସାହୁ, ଡିଲେଶ୍ୱର ବାଗ, ମହେନ୍ଦ୍ର ସାଏ, ବିଜୟ ସାହୁ, ସଞ୍ଜୟ ବାହୁ ବଳେନ୍ଦ୍ର, ସଂଗ୍ରାମ ସାଏ, ଆକୁଳି ବେହେରା, ଆଶ୍ରିତ କୁମାର ସାହୁ ଏବଂ କଳ୍ପନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

0
0
0
s2sdefault