ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଗତ ୪ତାରିଖରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିବା ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ଉଦ୍ ଯାପିତ ହୋଇଯାଇଛି।
ଏଇ କାର୍ଯ୍ୟଶାଳାରେ ଜିଲ୍ଲାର ରାୟଗଡ଼ , ରାମଗିରି , ନାରାୟଣପୁର , ନୂଆଗଡ଼ , ରା ଉଦୟଗିରି ଓ ପାରଳାଖେମୁଣ୍ଡି ସ୍ଥିତ ଶିଶୁ ମନ୍ଦିର ମାନଙ୍କରେ ସେବାରତ ୬୦ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଯୋଗ ଦେଇଥିଲେ। ପାରଳାଖେମୁଣ୍ଡି ପୌରପାଳିକା ର ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ଏବଂ ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ ସମାରୋପ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବିଚାର ବ୍ୟକ୍ତ କରିଥିଲେ।
ଏଇ ତିନିଦିନିଆ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀ ସୁବାଷ ଜମାଦାର , ଉପସଭାପତି ଶ୍ରୀ ସଞ୍ଜୟ ଜେନା , ସଂପାଦକ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକ , କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ , ସଦସ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ ଓ ସବିତା ଗମାଙ୍ଗ ଯୋଗ ଦେଇ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀ ହରିନାଥ ପାତ୍ର , ଶ୍ରୀ ମନୋଜ କୁମାର ପଣ୍ଡା , ଶ୍ରୀ ଜନ୍ମେଜୟ ସାହୁ , ପୂଜ୍ୟ ରାମାନନ୍ଦ ଦାସଜୀ , ଶ୍ରୀ ଅନାଦି ପାଣିଗ୍ରାହୀ ଇତ୍ୟାଦି ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଦିଗ୍ ଦର୍ଶନ ଦେଇ ଥିଲେ। ଅନୁଷ୍ଠାନର ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ କାର୍ଯ୍ୟଶାଳାର ସଫଳତାରେ ସହଯୋଗ କରିଥିଲେ।
ପାରଳାଖେମୁଣ୍ଡି ସଂକୁଳର ପ୍ରମୁଖ ଶ୍ରୀ ପ୍ରମୋଦ କୁମାର ରଥ ଓ ସଂଯୋଜକ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ସଂଯୋଜନାରେ କାର୍ଯ୍ୟଶାଳା ପରିଚାଳିତ ହୋଇଥିଲା। ଶିକ୍ଷା ବିକାଶ ସମିତିଙ୍କ ନିର୍ଦ୍ଦୈଶନା ଓ ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ପ୍ରଶିକ୍ଷଣଟି ସମ୍ପନ୍ନ ହୋଇଥିଲା।
ରାଜ୍ୟ
ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍ ଯାପିତ
- Hits: 21







