ମାଲକାନଗିରି--ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ୭ଜୁନ :ବିଶ୍ୱ ପରିବେଶ ଦିବସ ଅବସରରେ ଭାରତ ସରକାରଙ୍କ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ "ମା'ଙ୍କ ନାମରେ ଗୋଟିଏ ଗଛ" ଅଭିଯାନ ଅନ୍ତର୍ଗତ ୦୭/୦୬/୨୦୨୬ ତାରିଖରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାଲକାନଗିରି ଶାଖା ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ବିନୋଦ କୁମାର ବିଷୋୟୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ l ଏହା ବ୍ୟତୀତ ଉପ-ଶାଖା ପ୍ରବନ୍ଧକ ଶ୍ରୀ ଅଜିତ କୁମାର ଆଚାର୍ଯ୍ୟ, ଆରଏମ୍ଏସଏମ୍ଇ ଅଧିକାରୀ ଶ୍ରୀ ବୈଷ୍ଣବ ହାଁସଦା, କ୍ୟାସ ଅଫିସର ଶ୍ରୀ ନିର୍ମଳ କୁମାର ଵେବର୍ତ୍ତା, ଫିଲ୍ଡ଼ ଅଫିସର ଶ୍ରୀ ରୋହିତ କୁମାର ଟପ୍ପୋ,ଶ୍ରୀ ସବ୍ୟସାଚୀ ଦାସ ଏବଂ ମାଲକାନଗିରି ସରକାରୀ ମହାବିଦ୍ୟାଳୟର +୩ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀମାନେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କ ପରିସରରେ ଗୋଟିଏ ଆମ୍ବ ଗଛ, ଗୋଟିଏ ପିଜୁଳି ଗଛ, ଦୁଇଟି ଓଉ ଗଛ ସମେତ ଅନ୍ୟାନ୍ୟ ଫଳଜ ଓ ଅନେକ ଛାୟାଦାୟୀ ବୃକ୍ଷ ରୋପଣ କରାଯାଇଥିଲା l ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆଗାମୀ ପୀଢ଼ି ପାଇଁ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା l
ମୁଖ୍ୟ ଅତିଥି ଡକ୍ଟର ସ୍ୱାଇଁ ତାଙ୍କ ବକ୍ତବ୍ୟରେ ବୃକ୍ଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଶ୍ରୀ ବିଷୋୟୀ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଜଣାଇଥିଲେ l
ଶେଷରେ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନେ "ମା'ଙ୍କ ନାମରେ ଗୋଟିଏ ଗଛ" ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରି ପରିବେଶ ସୁରକ୍ଷାରେ ସାମିଲ ହେବା ପାଇଁ ସମସ୍ତ ନାଗରିକଙ୍କୁ ଆହ୍ୱାନ ଜଣାଇଥିଲେ l
ରାଜ୍ୟ
ଏସବିଆଇ ମାଲକାନଗିରି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 20







