ହେଡଲାଇନସ୍:

ଓଡ଼ଗାଁ ସିଭିଲ କୋର୍ଟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ, ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୫।୬(ଶ୍ରୀକାନ୍ତ କୁମାର ମିଶ୍ର): ବିଶ୍ୱ ପରିବେଶ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା ସଭା ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣର ସଚିବ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡ଼ଗାଁ ଦେୱାନୀ (କନିଷ୍ଠ) ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ, ଓକିଲ ସଂଘ ସଭାପତି ସୁଶାନ୍ତ ମିଶ୍ର, ସମ୍ପାଦକ ଚିରଞ୍ଜୀବ ଦାଶ, ସରକାରୀ ଅଧିବକ୍ତା ମନୋଜ ପଟ୍ଟନାୟକ, ଓଡ଼ଗାଁ ବନାଞ୍ଚଳ ଅଧିକାରୀ ସରିତା ବରାଳ, ବରିଷ୍ଠ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ, ଇନ୍ଦୁଭୂଷଣ ମିଶ୍ରଙ୍କ ସମେତ ଅନେକ ଆଇନଜୀବୀ ଓ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ପରିବେଶ ସୁରକ୍ଷା, ବନୀକରଣ ଏବଂ ପ୍ରକୃତି ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଓ ବୃକ୍ଷ ସଂରକ୍ଷଣକୁ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ସଭା ଶେଷରେ ଓଡ଼ଗାଁ ବନାଞ୍ଚଳ ପକ୍ଷରୁ ପ୍ରଦାନ କରାଯାଇଥିବା ବିଭିନ୍ନ ପ୍ରଜାତିର ବୃକ୍ଷ ଚାରା ଅଦାଲତ ପରିସରରେ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ତାଲୁକ ଆଇନ ସେବା ପ୍ରାଧିକରଣର ସଂଯୋଜିକା ଶ୍ରଦ୍ଧାଞ୍ଜଳୀ ରଥ ସୁଚାରୁ ଭାବେ ପରିଚାଳନା କରିଥିଲେ।

0
0
0
s2sdefault