ହେଡଲାଇନସ୍:

ଆଇ ଏସ୍ ଆର୍ ଡି ଏବଂ ୟୁଥ୍ ଫର୍ ୱାଟର+ ର ମିଳିତ ଆନକୂଲ୍ୟରେ ବିଶ୍ଵ ପରିବେଶ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଇ ଏସ୍ ଆର୍ ଡି ଏବଂ ୟୁଥ୍ ଫର୍ ୱାଟର+ ର ମିଳିତ ଆନକୂଲ୍ୟରେ ଆଇ ଏସ୍ ଆର୍ ଡି ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ଙ୍କ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ କରିବା ପାଇଁ ଆହ୍ୱାନ କରା ଯାଇଥିଲା । ଏହି ଅବସରରେ ସଖୀ ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, ଶକ୍ତି ସଦନର କର୍ମକର୍ତ୍ତା ଓ ଖଲ୍ଲିକୋଟ କଲେଜ,ମହାମୟୀ କଲେଜ ଓ ସିଟି କଲେଜ ର ବିଦ୍ୟାର୍ଥି ମାନେ ଉପସ୍ଥିତ ରହି ସଫେଇ ଓ ବୃକ୍ଷରୋପଣ, ସଚେତନତା କାର୍ଯ୍ୟକ୍ରମ କରିଥିଲେ। "ସ୍ବଚ୍ଛ ଗଞ୍ଜାମ ଗଢ଼ିବାରେ ଆମେ ସମସ୍ତେ ଭାଗୀଦାର। ଆସନ୍ତୁ ସଙ୍କୋଚ ଛାଡ଼ି, ହାତରେ ଝାଡ଼ୁ ଧରି ନିଜ ଗାଁ ଓ ସହରକୁ ସ୍ବଚ୍ଛ ଓ ସବୁଜ କରିବା ପାଇଁ ଶ୍ରମଦାନ କରିବା"ଗଞ୍ଜାମ ଜିଲ୍ଲାପାଳ ଙ୍କ ଏହି ବାର୍ତ୍ତା ରେ ପ୍ରେରିତ ହୋଇ ଆଇ ଏସ୍ ଆର୍ ଡି ଦ୍ୟାରା ଦୁଇ ଦିନିଆ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ଏବଂ ଆସନ୍ତା ତା। ୬/୬/୨୦୨୬ ରିଖ ରେ ରମେୟାପାଟଣା ସମୁଦ୍ର ବେଳଭୂମି ସ୍ବଚ୍ଛ କରିବା ପାଇଁ ଆୟୋଜନ କରାଯାଇଛି। ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ମୁନସିପାଲଟି ର ଅଳିଆ ଆବର୍ଜନା ଉଠାଉଥିବା ଗାଡ଼ିର ବ୍ଯବାହାର କରିବା। ନଚେତ୍ ଗାତ ଖୋଳି ଅଳିଆ ଆବର୍ଜନାକୁ ପୋତିବା କିମ୍ବା ନିଆଁ ଲଗାଇ ଜାଳିବା ଦ୍ୱାରା ପରିବେଶ ପ୍ରଦୂଷଣ କୁ ରୋକାଯାଇ ପାରିବ ବୋଲି  ୱାନ୍ ଷ୍ଟପ ସେଣ୍ଟରର ଆଇନ  ସହାୟିକା ସ୍ନେହମୟୀ ପାଢ଼ୀ ମତ ଦେଇ ଥିଲେ।

0
0
0
s2sdefault