ହେଡଲାଇନସ୍:

ବିଧାୟକ ଦୁର୍ଗା ତନ୍ତୀଙ୍କ ଅନୁମୋଦନ କ୍ରମେ ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା :(ବସନ୍ତ କୁମାର ଜେନା): ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୬ ରେ ଥିବା ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କେତୋଟି ଶ୍ରେଣୀଗୃହ ନିର୍ମାଣ କାରାଇବା ସହିତ ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ,କାର୍ଯ୍ୟରତ ଅଧ୍ୟାପିକା ମାନଙ୍କ ନିମିତ୍ତ ଶୌଚାଳୟ ଏବଂ ଦିବ୍ୟାଙ୍ଗ ମାନଙ୍କ ନିମିତ୍ତ ଶୌଚାଳୟ ଇତ୍ୟାଦି ନିର୍ମାଣର ଆବଶ୍ୟକତା ନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କଲେଜ କର୍ତ୍ତୃପକ୍ଷଙ୍କଠାରୁ ଆବେଦନ ପାଇବା ପରେ ସଙ୍ଗେ ସଙ୍ଗେ ବିଧାୟକ ଶ୍ରୀ ତନ୍ତୀ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ପତ୍ର ଲେଖି ଏ ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ନିବେଦନ କରିଥିଲେ । ବିଧାୟକ ଶ୍ରୀ ତନ୍ତୀଙ୍କ ଏହି ଆବେଦନକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଗ୍ରହଣ କରି ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛାତ୍ରୀଙ୍କ ପାଇଁ ଏବଂ କାର୍ଯ୍ୟରତ ଅଧ୍ୟାପିକା ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ ଭାବେ ଅଲଗା ଅଲଗା ଶୌଚାଳୟ ନିର୍ମାଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବା ପାଇଁ ୪ଟି ଶ୍ରେଣୀ ଗୃହ ଇତ୍ୟାଦି ନିର୍ମାଣ ପାଇଁ ର ସର୍ବମୋଟ ୧,୧୯,୬୮,୫୯୨/-(ଏକ କୋଟି ଉଣେଇସି ଲକ୍ଷ ଅଠଷଠି ହଜାର ପାଞ୍ଚଶହ ବୟାନବେ ଟଙ୍କା) ଅର୍ଥ ମଞ୍ଜୁର କରିଛନ୍ତି ।ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ  ଡ଼ଃ ସୁଜାତା ସୁଭଦର୍ଶୀନି ନାୟକ(ଆଇ ଏ ଏସ) କାର୍ଯ୍ୟାଳୟ ପତ୍ରାଙ୍କ ନମ୍ବର HE-NCNE-MISC-0090-2026/25808 DTD:19.5.26 ଜାରି ହୋଇଛି ।

0
0
0
s2sdefault