ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସମ୍ମାନିତ ହେଲେ ପ୍ରକୃତି ବନ୍ଧୁ ଓ 'ପ୍ରକୃତି ମିତ୍ର'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

'ଜନ ସେବା ସମିତି' ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର

ସୁନ୍ଦରଗଡ:(ବସନ୍ତ କୁମାର ଜେନା) ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ "ପ୍ରକୃତି ବନ୍ଧୁ" ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସୁନ୍ଦରଗଡ଼ର ବିଭିନ୍ନ ବ୍ଲକର ପରିବେଶବିତ ତଥା ପ୍ରକୃତି ପ୍ରେମୀ l ବାଲିଶଙ୍କରା ବ୍ଲକର ମନୋଜ କୁମାର ଦାନୀ, ଟାଙ୍ଗରପାଲି ବ୍ଲକର ସୁଶାନ୍ତ କୁମାର ଷଡ଼ଙ୍ଗୀ, ବିଶ୍ରା ବ୍ଲକର ସିପ୍ରା ସାହୁ, ସଦରବ୍ଲକର ପ୍ରଦୀପ କୁମାର ସାହୁ, ରାଜଗାଙ୍ଗପୁର ବ୍ଲକର କବିତା କୁମାରୀ ଭୂୟାଁ, କୁତ୍ରା ବ୍ଲକର ଗୋବିନ୍ଦ ଚନ୍ଦ୍ର ମିଶ୍ର, ବଣାଇ ବ୍ଲକର ଜେନାମନି ସାହୁ, ଲାଠିକଟା ବ୍ଲକର ପଦ୍ନା ମୁଣ୍ଡା | ସେପରି ଭାବେ ଚଳିତ ବର୍ଷ "ପ୍ରକୃତି ମିତ୍ର " -୨୦୨୬ ପୁରସ୍କାରରେ ଲେଫ୍ରିପଡାର ସରକାରୀ ପ୍ରାଇମେରୀ ସ୍କୁଲ ଢେଲସରା, ବଣାଇର ଜନତା ହାଇସ୍କୁଲ ରୁଗୁଡା, କୁତ୍ରାର ତରକେରା ହାଇସ୍କୁଲ ତରକେରା, ରାଜଗାଙ୍ଗପୁରର ସରକାରୀ ପାନପୋଷ କାଂଶବାହାଲ,ସଦରର ଲମ୍ବୋଦର ହାଇସ୍କୁଲ କୁଣ୍ଡୁକେଲା, ବାଲିଶଙ୍କରାର ସରକାରୀ ୟୁପି ସ୍କୁଲ ସଂକ୍ରାବାହାଲ, ବିଶ୍ରାର ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ରାଉରକେଲା, ଟାଙ୍ଗରପାଲି ବ୍ଲକର ଯୋଗୀମାଲ ର 'ଜନ ସେବା ସମିତି' ଅନୁଷ୍ଠାନ କୁ ସମ୍ମାନିତ କରାଯାଇଛି | ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ସୁନ୍ଦରଗଡ ସ୍ଥିତ ବନଖଣ୍ଡ ଅଧିକାରୀ ସମ୍ମିଳନୀ କକ୍ଷ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ଉପ ଜିଲ୍ଲାପାଳ ତେଜସ୍ୱିନୀ ବେହେରା, ସମ୍ମାନିତ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଡିଏଫଓ ଖୁସୱନ୍ତ ସିଂ, ଏସିଏଫ ରଣ କୁମାର ସେଠି, ମୁଖ୍ୟ ବକ୍ତା ଭାବରେ ଜ଼ିଲ୍ଲା ଉଦ୍ୟାନ କୃଷି ବିଭାଗର ଉପ ନିର୍ଦେଶକ ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତି ଥିଲେ | ଉତ୍ସବରେ ରେଞ୍ଜ ଅଧିକାରୀ ଫରେଷ୍ଟ ଗାର୍ଡ, ମାନ୍ୟଗଣ୍ୟ ବରଣ୍ୟ ବ୍ୟକ୍ତି ମାନେ ଉତ୍ସବରେ ସାମିଲ ଥିଲେ |
ଅତିଥି ମାନେ କହିଥିଲେ ନିଜ ଅଞ୍ଚଳରେ ପରିବେଶ ସୁରକ୍ଷା, ଜଳ ଜଙ୍ଗଲ ଜମି, ଜନ୍ତୁ ଓ ଜନକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିବାର ପ୍ରୟାସକୁ ପ୍ରଶଂସା କରି ଥିଲେ | ପକ୍ଷୀ ମାନଙ୍କ ପାଇଁ ଜଳ ପାତ୍ର ସ୍ଥାପନ, ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ବଳିତ କାର୍ଯ୍ୟକ୍ରମ ଦ୍ଵାରା ସାଧାରଣ ଲୋକ, ଯୁବ ପିଢ଼ି ଓ ମହିଳା ସମୂହକୁ ସାମିଲ କରି ଗଛ ଲଗାଇବା ଓ ଏହାର ଯତ୍ନ ନେବା ପାଇଁ ଆଲୋଚନା କରାଯାଇ ଥିଲା l ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତିଗତ ସ୍ତରରେ ମୋଟ ୮ ଜଣ ପ୍ରତ୍ୟେକଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କା ଓ ମାନପତ୍ର ଦେଇ "ପ୍ରକୃତି ବନ୍ଧୁ" ପୁରସ୍କାରରେ ପୁରସ୍କୃତ କରାଯାଇ ଥିବା ବେଳେ ୮ ଗୋଟି ସଂସ୍ଥାକୁ ମଧ୍ୟ ପ୍ରକୃତି ମିତ୍ର ଭାବେ ୨୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇ ଥିଲା l ଜନ ସେବା ସମିତି ଅନୁଷ୍ଠାନର ସଭାପତି ନଳିନ କୁମାର ପଟେଲ ଏବଂ ସେକ୍ରେଟାରୀ ଲିପ୍ସା ଷଡ଼ଙ୍ଗୀଙ୍କ କଠିନ ପରିଶ୍ରମ ଯୋଗୁଁ ପ୍ରକୃତି ମିତ୍ର ପୁରସ୍କାର ପାଇ ଅତ୍ୟନ୍ତ ଖୁସି ହୋଇ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି l

0
0
0
s2sdefault