ହେଡଲାଇନସ୍:

ମୁଖ୍ୟ ମନ୍ତ୍ରୀ ଟ୍ରଫି -୨୬ ର ଫାଇନାଲରେ ନବରଙ୍ଗପୁର ଜିଲ୍ଲା ବାଳିକା ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର: 05/06/2026,ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଉଥିବା ଜୋନାଲ ସ୍ତରୀୟ ଚଉଦ ବର୍ଷରୁ କମ୍ ଅନ୍ତଃ ଜିଲ୍ଲା ମୁଖ୍ୟ ମନ୍ତ୍ରୀ ଟ୍ରଫି-୨୬ ଚମ୍ପିୟାନସିପ ରେ ନବରଙ୍ଗପୁର ଜିଲ୍ଲା ବାଳିକା ଦଳ ନିଜର ଶେଷ ଲିଗ୍ ମ୍ୟାଚ୍ ରେ ଗଞ୍ଜାମ ଜିଲ୍ଲା ବାଳିକା ଦଳକୁ ୭-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ନବରଙ୍ଗପୁର ଦଳ ପକ୍ଷରୁ ରଶ୍ମିତା ଗଣ୍ଡ ୩ଟି, ପିଙ୍କି ଗଣ୍ଡ ୩ଟି ଏବଂ ନାଇକା ବାଘ ଗୋଟିଏ ଗୋଲ କରିଥିଲେ । ଦଳର କୋଚ ଭାବେ ସପନ ବୈରାଗି, ଫିରୋଜ ହିଆଲ ଓ ଲାଲୁ ହରିଜନ ଦାଇତ୍ୱ ନେଉଥିବା ବେଳେ ମେନେଜର ଭାବେ ଶଶାଙ୍କ ଶେଖର ବେହେରା ଏବଂ ଦୁର୍ଯ୍ୟ ହରିଜନ ଦାଇତ୍ୱ ନିର୍ବାହ କରୁଛନ୍ତି । ନବରଙ୍ଗପୁର ବାଳିକା ଦଳର ଏହି ସଫଳତା ନବରଙ୍ଗପୁର ମାଟିକୁ ରାଜ୍ୟ ସ୍ତରରେ ଗର୍ବିତ କରିଛି ।ଏହି ଖବର ପ୍ରାପ୍ତ ହେଲାପରେ ନବରଙ୍ଗପୁର କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ.ବାଲା କୃଷ୍ଣ ରାଓ , ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରୀଡା ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡୋର ସମ୍ପାଦକ କୃଷ୍ଣ ପଟ୍ଟନାୟକ, ହକି ସମ୍ପାଦକ ଦୁର୍ଗା ମଲିକ୍, ମହିଳା ସମ୍ପାଦିକା ଇଁ. ଚନ୍ଦନା ମଲ୍ଲିକ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ ସମେତ କ୍ରୀଡା ସଂଘର ଅନ୍ୟ ସମସ୍ତ ସଦସ୍ୟ ମାନେ ବାଳିକା ଦଳକୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଟୁର୍ଣ୍ଣାମେଣ୍ଟରେ ଏଥି ପୂର୍ବରୁ ନିଜ ଅନ୍ୟ ଲିଗ୍ ମ୍ୟାଚରେ କୋରାପୁଟ ଜିଲ୍ଲା ଦଳକୁ ୮-୦ ଗୋଲ ଏବଂ ମାଲକାନଗିରି ଜିଲ୍ଲା ଦଳକୁ ୫-୦ ଗୋଲ ରେ ପରାସ୍ତ କରିସାରିଛନ୍ତି।

0
0
0
s2sdefault