ହେଡଲାଇନସ୍:

ଏସ.ପି.ସି.ବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା:(ବସନ୍ତ କୁମାର ଜେନା): ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ସିଭିକ ସେଣ୍ଟର ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ବିବାଗୀୟ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ.ଅନୁପ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଵା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ lରାଉରକେଲା ସହରର ବାୟୁ ଗୁଣବତ୍ତା ସ୍ଥିତି ଏବଂ ବିଭିନ୍ନ ପ୍ରକାର ପ୍ରଦୂଷଣ ରୋକିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବାକୁ ଆହ୍ୱାନ କରିଥିଲେ l
ମୁଖ୍ୟ ଅତିଥି ଭାବେ ରାଉରକେଲା ଡ଼ିଏଫଓ ରବିକାନ୍ତ ମୀନା (ଆଇଏଫଏସ ) ଓ ସମ୍ମାନିତ ଅତିଥି ଭାବରେ ଫେକ୍ଟ୍ରି ଆଣ୍ଡ ବୟେଲର ବିଭାଗ ଡେପୁଟି ଡାଇରେକଟର ଇଂ ବିଭୁ ପ୍ରସାଦ, ରାଉରକେଲା ଇସ୍ପାତ କାରଖାନାର ୟୁଟିଲିଟି ଓ ପରିବେଶ ବିଭାଗ ସିଜିଏମ ଶ୍ରୀମତୀ ଆଶା ସୁନୀଲ କାର୍ଥା, ଏନଆଇଟି ଆଲୁମିନି- ଇଣ୍ଡଷ୍ଟ୍ରି - ଅନ୍ତର୍ଜାତୀୟ ସମ୍ପର୍କ ବିଭାଗ ଡିନ ପ୍ରଫେସର ଏଚ. ବି. ସାହୁ, ସୁପର ସ୍ପେସିଆଲିଟି ହସ୍ପିଟାଲ ର ମୁଖ୍ୟ ଡାକ୍ତର ଏ. ଜି. ସାମଲ ପ୍ରମୁଖ ମଂଚାସୀନ ଥିଲେ l

ଡ଼ିଏଫଓ ଶ୍ରୀ ରବିକାନ୍ତ ମୀନା ଜଳବାୟୁ ପରିବର୍ତ୍ତନ କିପରି ପରିବେଶ, ବନ୍ୟପ୍ରାଣୀ ଏବଂ ମଣିଷର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ସେ ସମ୍ପର୍କରେ ଅଭିଭାଷଣ ରଖିଥିଲେ l

ପ୍ରଫେସର ହିମାଂଶୁ ଭୂଷଣ ସାହୁ ପରିବର୍ତ୍ତନଶୀଳ ଜଳବାୟୁ ଯୁଗରେ ସ୍ଥିତିସ୍ଥାପକ ଭବିଷ୍ୟତ ପାଇଁ ସ୍ଥାୟୀ ଜୀବନଶୈଳୀ କାର୍ଯ୍ୟପ୍ରଣାଳୀ କେତେ ଆବଶ୍ୟକ ସେ ବିଷୟରେ ବ୍ୟାଖ୍ୟା କରିଥିଲେ।
ଇ. ବିଭୁ ପ୍ରସାଦ ଶିଳ୍ପ ପ୍ରଦୂଷଣ ଏବଂ ଏହାର ମୁକାବିଲା ପାଇଁ ଆବଶ୍ୟକ ବୈଷୟିକ ନବସୃଜନ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ।
ଆଶା ସୁନୀଲ କାର୍ଥା ସେଲ୍ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଦ୍ୱାରା ବାୟୁ ଗୁଣବତ୍ତା ଉନ୍ନତ କରିବାରେ ସହାୟକ ହେଉଥିବା ବିଭିନ୍ନ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଡଃ. ଏ.ଜି. ସାମଲ ମାନବ ଶରୀରରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ପ୍ରଭାବ ଓ ଏହାର ପ୍ରତିକାର ସମ୍ପର୍କ ରେ ଆଲୋଚନା କରିଥିଲେ l
ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l
ପରିଶେଷରେ ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବୋର୍ଡର ଉପ ପରିବେଶ ଯନ୍ତ୍ରୀ ଇଂ ଚନ୍ଦ୍ର ଶେଖର ଚୌହାନ, ଇଂ ରଜତ କୁମାର ସେଠି, ଓଏସଡ଼ି ବି. ବି ମହନ୍ତ ଓ ଅନ୍ୟ ଅଧିକାର ତଥା କର୍ମଚାରୀମାନେ ସଫଳତାର ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୱାଇଏମ୍‌ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକା ନନ୍ଦ ଦାସଙ୍କ ରଚିତ ପରିବେଶ ସୁରକ୍ଷା ସମ୍ପର୍କିତ ପାଠପ୍ରାନ୍ତ ନାଟକ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା l ଶେଷରେ ମିଶନ ଲାଇଫର ପରିବେଶ ଆଧାରିତ ଜୀବନଶୈଳୀ ପାଇଁ ଶପଥ ପାଠ କରାଯାଇଥିଲା l
ଏଥିରେ ବହୁସଂଖ୍ୟକ ଶିଳ୍ପ କାରଖାନା ପ୍ରତିନିଧି, ଅଭିଭାବକ, ବୁଦ୍ଧିଜୀବୀ ଓ ସହଭାଗୀ ଯୋଗ ଦେଇଥିଲେ । ପରିବେଶ ଦିବସ ପରିପ୍ରେକ୍ଷୀରେ ପୂର୍ବରୁ ସାଇକେଲ ରାଲି, ନେହେରୁ ପାର୍କ, ଇସ୍ପାତ କାରଖାନା ର ଏନଏସପିସିଏଲ ପରିସରରେ ଓ ଆଜି ମୁନିସିପାଲ କଲେଜ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l

0
0
0
s2sdefault