ହେଡଲାଇନସ୍:

ପ୍ରକୃତି ମିତ୍ର ଏବଂ ପ୍ରକୃତି ବନ୍ଧୁ ମାନଙ୍କର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହେଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର, ତାରିଖ - ୦୫/୦୬/୨୦୨୬: ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲା ପରିବେଶ ସମିତି, ବାଲେଶ୍ୱର ଦ୍ଵାରା ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଯୋଜନ କରାଯାଇଥିଲା। ଯୋଉଥିରେ ଚଳିତ ବର୍ଷ ୨୦୨୫-୨୬ ମସିହା ପାଇଁ ଜିଲ୍ଲା ସ୍ତରରେ ୧୦ଜଣ ପ୍ରକୃତି ବନ୍ଧୁ ଏବଂ ୫ଜଣ ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆଯୋଜିତ ସଭାରେ ଜିଲ୍ଲା ପରିବେଶ ସମିତିର ସମ୍ପାଦକ ତଥା ବନ ସଂରକ୍ଷକ କାର୍ଯ୍ୟ ଯୋଜନା ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ପରିଡାଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଜିଲ୍ଲା ସ୍ତରୀୟ ଅଫିସର ବୃନ୍ଦ ଯଥା ଉପନିର୍ଦେଶକ ଉଦ୍ୟାନ ବିଭାଗର ଶ୍ରୀଯୁକ୍ତ ପ୍ରଦୀପ କୁମାର ଭୋଳ, ପ୍ରକଳ୍ପ ନିର୍ଦେଶକ ଜଳାଶୟ ବିଭାଗ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ପାତ୍ର, ଡକ୍ଟର ମନୋଜ କୁମାର ସାହୁ ଜିଲ୍ଲା ଯକ୍ଷ୍ମା ଅଫିସର, ଅତିରିକ୍ତ କୃଷି ଅଧିକାରୀ ଶ୍ରୀଯୁକ୍ତ ଶୁଭତ୍ମା ଭୂୟାଁ ଏବଂ ବେସରକାରୀ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ଜୀବନ କୁମାର ମଲ୍ଲିକ ପ୍ରଭୃତି ଯୋଗ ଦେଇ ସଭା କାର୍ଯ୍ୟକୁ ଆଗକୁ ନେଇଥିଲେ। ସରକାରଙ୍କ ତରଫରୁ ପୁରସ୍କାର ପାଇଁ ବିବେଚିତ ହୋଇଥିବା ୫ଜଣ ପ୍ରକୃତି ମିତ୍ର ଏବଂ ୧୦ଜଣ ପ୍ରକୃତି ବନ୍ଧୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ପ୍ରତ୍ୟେକ ପ୍ରକୃତି ବନ୍ଧୁଙ୍କୁ ୧୦୦୦୦/- ଏବଂ ପ୍ରକୃତି ମିତ୍ରଙ୍କୁ ୨୦୦୦୦/- ଅର୍ଥ ରାଶି ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ପ୍ରେରଣ କରାଗଲା । ପ୍ରତ୍ୟେକ ପ୍ରକୃତି ବନ୍ଧୁ ଏବଂ ପ୍ରକୃତି ମିତ୍ର ସେମାନଙ୍କର ନିଜର ଅଭିଜ୍ଞତା ସଭାରେ ଉପସ୍ଥାପନ କଲାପରେ ସଭା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ବିଶ୍ଵ ପରିବେଶ ଦିବସ ହେଉଛି " ପରିବେଶ ସଚେତନତା ପ୍ରୋତ୍ସାହନ ପାଇଁ ପ୍ରତି ବର୍ଷ ୫ଜୁନରେ ପାଳିତ ହେଉଥିବା ଏକ ଅନ୍ତର୍ଜାତୀୟ ଦିବସ"। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (United Environment Programme) ଦ୍ଵାରା ପରିଚାଳିତ ଏବଂ ୧୯୭୩ ମସିହାରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ଦିବସ ପରିବେଶ ପ୍ରସାର ପାଇଁ ସର୍ବ ବୃହତ ବିଶ୍ୱ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି । ପ୍ରତି ବର୍ଷ କୌଣସି ଏକ ନିର୍ଦ୍ଧିଷ୍ଟ ବିଷୟ ଉପରେ ଏହି ବିଶ୍ୱ ସ୍ତରୀୟ ଦିବସ ପାଳନ ଆୟୋଜନ କରେ । ୨୦୨୬ ମସିହା ଆଜିର ଦିବସର ଆୟୋଜକ ହେଉଛନ୍ତି ଆଜରବୈଜାନ ଦେଶର "ବାକୁ" ପ୍ରଦେଶ । ଏ ବର୍ଷର ବିଷୟ ବସ୍ତୁ ହେଉଛି ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଏବଂ ଆମ ଭବିଷ୍ୟତ ପାଇଁ ।

 

0
0
0
s2sdefault