ରାୟଗଡ଼: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସ୍ଥାନୀୟ ବିଦ୍ୟୁତ କଲୋନୀରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା କିଭଳି କରାଯିବ ଏବଂ ଏହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ଓ ଅନ୍ୟତମ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶର ସୁରକ୍ଷା, ମାନବ ସମାଜରେ ବୃକ୍ଷର କିଭଳି ଆବଶ୍ୟକତା ରହିଛି ଏବଂ ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଦିଗରେ ନାଗରିକଙ୍କ କଣସବୁ ଭୂମିକା ରହିଛି ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବର୍ତ୍ତମାନ ସମୟରେ ଯେଉଁଭଳି ଭାବେ ଅବାଧ୍ୟ୍ୟ ବୃକ୍ଷ କଟାଯାଇ ପରିବେଶକୁ ନଷ୍ଟ କରାଯାଉଛି ଯାହାଫଳରେ ବର୍ତ୍ତମାନ ଏହାର କୁପ୍ରଭାବ ଜୀବଜଗତ ଉପରେ ସିଧାସଳଖ ପଡୁଥିବା ଆଲୋକପାତ କରିଥିଲେ । ତେଣୁ ସମସ୍ତ ଜନସାଧାରଣ ଅବାଧ୍ୟ୍ୟ ଗଛ କାଟିବା ବନ୍ଦ କରିବାସହ ନୂତନ ବୃକ୍ଷ ସୃଷ୍ଟି କରି ତାହାର ଯତ୍ନ ନେବାକୁ ପ୍ରମର୍ଶ ଦେଇଥିଲେ l ଏବଂ ପ୍ରକୃତି ଆମର ଜୀବନ ପରିବେଶ ଆମର ଭବିଷ୍ୟତ ତେଣୁ ଆସନ୍ତୁ ଗଛ ଲଗାଇବା ପରିବେଶକୁ ସୁରକ୍ଷା ଦେବା ସହ ଏକ ସବୁଜ, ସ୍ୱଚ୍ଛ ଓ ସୁନ୍ଦର ପୃଥିବୀ ଗଢିବା ବୋଲି ଆହ୍ୱାନ ଦେଇଥିଲେ l ସଙ୍ଘର ସଭାପତି ଶ୍ରୀ ଖାଡ଼ଙ୍ଗା ଆଗାମୀ ଦିନରେ ପରିବେଶ ସୁରକ୍ଷା ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଲଚାରା ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଶ୍ରୀ କେ. କ୍ରିଷ୍ଣା ମୂର୍ତ୍ତି, ସଭ୍ୟ ଗିରୀ ଶେଖର ରଥ, ଶ୍ରୀ ହରିନାରାୟଣ ଦାସ ଓ ଶ୍ରୀ ବିଶ୍ୱଜିତ ଜେନା ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ସ୍ୱାଲସିଂ, ସହକାରୀ ଶିକ୍ଷୟତ୍ରୀ ପୁଷ୍ପଲତା ସେଠି, ରୁନତି ସାହୁ, ସୁନୀତା ପାଢ଼ୀ, ଶିକ୍ଷକ ଶ୍ରୀ ଉତ୍ତମ କୁମାର ଜେନା ଓ ଶିଶୁ ସେବିକା ଚନ୍ଦ୍ରମା ପେଦେଣ୍ଟି ପ୍ରମୁଖ ଉପସ୍ଥିତ ଥିଲେ l
ରାଜ୍ୟ
ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 14







