ହେଡଲାଇନସ୍:

ଜମୁଛି ଯତରା, ଦର୍ଶକ ବିଭୋର କଳାକାରଙ୍କ କଳାଚାତୁରୀରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେହୁରିଆ: ଭବାନୀ ଭବନ ପଡିଆର ସଦୃଶ୍ୟ ମଞ୍ଚର ଆଖିଝଲସା ଆଲୋକ ସମ୍ପାତ ସାଙ୍ଗକୁ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳର ଏକୁ ଆରେକ ବଳି ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ସୁନ୍ଦରଗଡ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଯତରା-୨୦୧୯ର ଦ୍ୱିତୀୟ ସନ୍ଧ୍ୟାରେ । କଳାକାରମାନଙ୍କର ଅପୂର୍ବ ନୃତ୍ୟ କୌଶଳ ଓ କଳାନୈପୁଣ୍ୟ ବିମୋହିତ କରିଥିଲା ଉପସ୍ଥିତ ଦର୍ଶକଙ୍କୁ  । ଆଉ ବେଶ ବହୁ ସମୟ ଧରି ବାନ୍ଧି ରଖିଥିଲା ସେମାନଙ୍କୁ ଓ ଅପଲକ ଆଖିରେ ଉପଭୋଗ କରିଥିଲେ ସେମାନେ ବିବିଧ ସାଂସ୍କୃତିକ ବିଭବକୁ  ।

ଜିଲ୍ଲା ସଂସ୍କୃତି ପରିଷଦ ଓ ଓରମାସ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବର  ଦ୍ୱିତୀୟ ସନ୍ଧ୍ୟାରେ ତ୍ରିଭଙ୍ଗୀ କଳା ପରିଷଦ ରାଉରକେଲାର କଳାକାରଙ୍କ ଓଡିଶୀ ନୃତ୍ୟ ପରେ ଦକ୍ଷିଣ କେନ୍ଦ୍ରାଞ୍ଚଲ  ସାଂସ୍କୃତିକ କେନ୍ଦ୍ର ନାଗପୁରକକଳାରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା  । ଏହାପରେ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ପ୍ରେରିତ ଦଳ ମୋଗଲା ତାମସା ପରିବେଷଣ କରିଥିଲେ  । ସୁନ୍ଦରଗଡର କଳାକାରମାନେ ମୁଣ୍ଡା ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ  । ଡିସିସି କଳାହାଣ୍ଡି ପକ୍ଷରୁ ଘୁମୁରା, ଡିସିସି କୋରାପୁଟ ପକ୍ଷରୁ କାଠିନାଚ, ନୁପୂର ବରଗଡ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ବେଶ ମନମତାଣିଆ ହୋଇଥିଲା  । କଳିଙ୍ଗ  ପାଇକ କ୍ରିଏସନ ଭୁବନେଶ୍ୱର, ଆଦିବାସୀ କଳା ଓ ଲୋକନୃତ୍ୟ କଳାକେନ୍ଦ୍ର ସମ୍ବଲପୁର, ୩-ଜେ ନ୍ୟାନ୍ସ ଏକାଡେମୀ ସୁନ୍ଦରଗଡ, ସିଦ୍ଧି ବିନାୟକ ଡ୍ୟାନ୍ସ ଏକାଡେମୀ, ସୁନ୍ଦରଗଡ ଓ ଝାରସୁଗୁଡାର ଟୁକୁନା ମିଶ୍ର ଆଣ୍ଡ ଟ୍ରୁପ୍ ଦ୍ୱାରା ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବେଶ ବହୁ ସମୟ ଧରି ବାନ୍ଧି ରଖିଥିଲା  । 

ଦ୍ୱିତୀୟ ସନ୍ଧ୍ୟାରେ ଅତିଥିଭାବେ ଯୋଗ ଦେଇଥିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ଭୁମେଶ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ବୀରସେନ ପ୍ରଧାନ, ଜିଲ୍ଲା ପଞ୍ଚାୟତିରାଜ ଅଧିକାରୀ ଗୁରୁବାସ ସିଂହ, ସଦର ବିଡିଓ ଅନାମିକା ସିଂ ଓ ସମାଜସେବୀ ସ୍ନେହଲତା ପଟେଲ ଯୋଗଦେଇ ଏଭଳି ସାଂସ୍କୃତିକ  ମହୋତ୍ସବ ସାଂସ୍କୃତିକ ସଂପ୍ରୀତି , ଭାଇଚାରା, ବଜାୟ ରଖିବାରେ ସହାୟକ ହୋଇଥାଏ  । ସାଂସ୍କୃତିକ ଭାବ ବିନିମୟ ତଥା ସ୍ଥାନୀୟ କଳାକାରଙ୍କ କଳା ପ୍ରଦର୍ଶନ ପାଇଁ ଶ୍ରେଷ୍ଠ  ମଞ୍ଚ ଯୋଗାଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ  । 

 

 

0
0
0
s2sdefault