ହେଡଲାଇନସ୍:

କୁଚିଣ୍ଡା ସହର ର ବିଭିନ୍ନ ହୋଟେଲ, ରେସ୍ଟୁରାଣ୍ଟରୁ ୨୦ଟି ଏଲପିଜି ଗ୍ୟାସ ସିଲିଣ୍ଡର ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା,(ଅଜୟ କୁମାର ବାଘ) : ସାରା ଦେଶରେ ସିଲିଣ୍ଡର ଗ୍ୟାସ ର ଅଭାବ ଦେଖିବାକୁ ମିଳୁଥିବା ବେଳେ ଏବେ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଅନେକ ସ୍ଥାନରୁ ଅବୈଧ ଗ୍ୟାସ ସିଲିଣ୍ଡର ଜବଦ କରାଯାଉଥିବା ସତ୍ୱେ କେତେକ ସଂସ୍ଥା ଏବେ ବି ଅଧିକ ପଇସା ପାଇଁ ସିଲିଣ୍ଡର ବିକ୍ରି କରୁଥିବା ଦେଖିବାକୁ ମିଳୁଛି l ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳ ଙ୍କ ନିର୍ଦ୍ଧେଶକ୍ରମେ କୁଚିଣ୍ଡା ସହରର ବିଭିନ୍ନ ହୋଟେଲ ଓ ରେଷ୍ଟତୁରାଣ୍ଟ ରୁ ଘରୋଇ ଏଲପିଜି ସିଲିଣ୍ଡର ଅବୈଧ ବ୍ୟବହାର ଉପରେ ଏକ ଚଢ଼ାଉ କରାଯାଇଥିଲା l

ଚଢ଼ାଉ ସମୟରେ ଏହି ହୋଟେଲ ମାନଙ୍କ ଠୁ ମୋଟ ୨୦ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିବା ବେଳେ ସେ ମଧ୍ୟରୁ ସାହୁ ହୋଟେଲ -୨ଟି, ହୋଟେଲ ରୋୟାଲ ଗ୍ୟାଲେକ୍ସି -୮ ଟି, ହୋଟେଲ ତିଳକ -୫ ଟି, ରୋଷାଇ ରେସ୍ଟୁରାଣ୍ଟ- ୩ ଟି, ଟାଉନ ହୋଟେଲ ରୁ -୨ ଟି ହୋଇ ୨୦ ଗୋଟି ସିଲିଣ୍ଡର ଜବତ କରାଯାଇଥିଲା l ସମସ୍ତ ସିଲିଣ୍ଡର ଘରୋଇ ବ୍ୟବହାର ପାଇଁ ଥିବାବେଳେ ସେଗୁଡିକୁ ବାଣିଜ୍ୟକ କାମରେ ବ୍ୟବହାର କରାଯାଉଥିବା ପାଇଁ ଜବତ କରାଯାଇଛି l ଏହାକୁ ନେଇ ସମ୍ପୃକ୍ତ ସଂସ୍ଥାଗୁଡିକ ବିରୋଧରେ ଆବଶ୍ୟକ ଆଇନ ଅନୁଯାଇ କାର୍ଯ୍ୟବାହି କରାଯାଉଛି l ଚଢ଼ାଉ ସମୟରେ ଦଳର ନେତୃତ୍ୱ ଉପଜିଲ୍ଲାପାଳ କାର୍ଯ୍ୟଳୟର ଡେପୁଟି କଲେକ୍ଟର ଶ୍ରୀ ସଞ୍ଜୟ ମିଶ୍ର କରିଥିବାବେଳେ ସହକାରୀ କେଲେକ୍ଟର ଶ୍ରୀ ଲୋଚନ ଶବର ଓ ଏସିଏସଓ କୁଚିଣ୍ଡା ଶ୍ରୀ ରାଜ କିଶୋର ସ୍ୱାଇଁ ଉପସ୍ଥିତ ଥିଲେ l
ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଓ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ସୂଚନା ଦିଆଯାଇଛି l

0
0
0
s2sdefault