ହେଡଲାଇନସ୍:

ବିଧାୟକଙ୍କ ବଦାନ୍ୟତା : ଦାଦନ ଯୁବ ଶ୍ରମିକଙ୍କ ଶବ ଆନ୍ଧ୍ରପ୍ରଦେଶରୁ ଗଜପତି ଆସିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ନିୟମିତ ଧାରଣ କରିଛି। ବର୍ତ୍ତମାନ ପୁଣି ଜଣେ ଗୁମ୍ମା ବ୍ଲକର ଭୂବନି ପଂଚାୟତର ପୁତୁର ଗ୍ରାମର ଅବିମେଲ ଗମଙ୍ଗ ଙ୍କ ପୁଅ ଜୈରାଶ ଗମାଙ୍ଗ(୧୯) ୪ ମାସ ତଳେ ଦାଦନ ଖଟିବାକୁ ମହାରାଷ୍ଟ୍ର ଯାଇଥିଲେ। ସେଠାରେ ସେ କିଛି ମାସ କାମ କଲାପରେ ଅସୁସ୍ଥ ହୋଇ ପଡିଲେ। ଶେଷରେ ନିଜର ମାମୁଁଙ୍କ ସହ ଟ୍ରେନ ଯୋଗେ ଫେରୁଥିଲେ। ହଠାତ୍ ଗୁରୁତର ଅସୁସ୍ଥ ହୋଇ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଷ୍ଟେସନରେ ତାଙ୍କର ଜୀବନ ଚାଲିଗଲା। ଟ୍ରେନ କର୍ମଚାରୀଙ୍କ ସହାୟତାରେ ତାଙ୍କର ଶବକୁ ଓହ୍ଲାଇ ଦିଆଗଲା।
ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ହସପିଟାଲକୁ ନେଇଗଲେ। ପୁଅର ମୃତ୍ୟୁ ଖବର ପାଇ ଜୈରାଶର ବାପା ରାଜମହେନ୍ଦ୍ରୀ ବାହାରିଥିଲେ। ଶବ ଆଣିବା ନିମନ୍ତେ ସରକାରୀ ସହାୟତା ନମିଳିବାରୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ନିଜ ଖର୍ଚ୍ଚରେ ସେହି ଶବ ଗଜପତି ଆଣିବା ବ୍ୟବସ୍ଥା କରିଥିଲେ। ପରିବାର ତଥା ଗ୍ରାମବାସୀ ବିଧାୟକଙ୍କ ଏହି ମହନୀୟତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।

0
0
0
s2sdefault