ହେଡଲାଇନସ୍:

"ଜନ ଭାଗିଦାରୀ ଅଭିଯାନ: ସବସେ ଦୂର୍, ସବସେ ପହଲେ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୮ ମେ ୨୦୨୬ ରୁ ଆରମ୍ଭ ହୋଇ ୨୫ ମେ ୨୦୨୬ ପର୍ଯ୍ୟନ୍ତ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ (MoTA) ର ନିର୍ଦ୍ଦେଶ ଅନୁଯାୟୀ, ଗଜପତି ଜିଲ୍ଲାର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥ‌ିବା ଜନଜାତି ଭାଇ ଓ ଭଉଣୀମାନଙ୍କ ପାଖରେ ସରକାରୀ ଯୋଜନାର ଶତପ୍ରତିଶତ ସୁଫଳ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସପ୍ତାହ ବ୍ୟାପୀ ଜାତୀୟ ସୂଚନା , ଶିକ୍ଷା ଏବଂ ଯୋଗାଯୋଗ (IEC) ମେଗା କ୍ୟାମ୍ପେନ୍ "ଜନ ଭାଗିଦାରୀ ଅଭିଯାନ : ସବସେ ଦୂର୍, ସବସେ ପହଲେ" ଆରମ୍ଭ ହେବାକୁ ଯାଉଛି।
ଏହି ବିଶେଷ ପ୍ରଶାସନିକ ଅଭିଯାନ , ୧୮ ମେ ୨୦୨୬ ରୁ ଆରମ୍ଭ ହୋଇ ୨୫ ମେ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ମୋଟ ୪୩୫ ଜନଜାତି ଗ୍ରାମ ରେ କାର୍ଯ୍ୟକାରୀ ହେବ। ବିଶେଷ କରି DA-JGUA ଏବଂ PM-JANMAN ଅନ୍ତର୍ଗତ ଅଞ୍ଚଳଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ।
ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି କୌଣସି ବି ଯୋଗ୍ୟ ଜନଜାତି ପରିବାର ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଅନ୍ତି। ସେଥିପାଇଁ ସିଧାସଳଖ ଗ୍ରାମ ସ୍ତରରେ ହିତାଧିକାରୀ ସାଚୁରେସନ୍ କ୍ୟାମ୍ପ (Benefit Saturation Camps) ଆୟୋଜନ କରାଯାଇ ତୁରନ୍ତ ସେବା ପ୍ରଦାନ କରାଯିବା ସହିତ ସ୍ବାସ୍ଥ୍ୟ ସ୍କ୍ରୀନିଂ କ୍ୟାମ୍ପ ମଧ୍ଯ ଆୟୋଜନ କରାଯିବ।
କ୍ୟାମ୍ପରେ ମିଳିବାକୁ ଥିବା ପ୍ରମୁଖ ସେବା ସମୂହ
ଜନଜାତି କଲ୍ୟାଣକୁ ପ୍ରାଥମିକତା ଦେଇ ଏହି ବ୍ୟାପକ ସାଚୁରେସନ୍ କ୍ୟାମ୍ପଗୁଡ଼ିକରେ ନିମ୍ନଲିଖିତ ସେବାଗୁଡ଼ିକ ସ୍ଥଳଭାଗରେ ଯୋଗାଇ ଦିଆଯିବ :
. ଡକ୍ୟୁମେଣ୍ଟେସନ ଓ ପ୍ରମାଣପତ୍ର : ନୂତନ ଆଧାର କାର୍ଡ ପଞ୍ଜୀକରଣ/ସଂଶୋଧନ , ଭୋଟର ଆଇଡି ଏବଂ ଅନୁସୂଚିତ ଜନଜାତି (ST) ସାର୍ଟିଫିକେଟ୍ ପ୍ରଦାନ।
. ଆର୍ଥିକ ସଶକ୍ତିକରଣ : ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY) ଆକାଉଣ୍ଡ ଖୋଲିବା ଏବଂ ମନ୍ତ୍ରଣାଳୟ ସହ ଜଡ଼ିତ ବିଭିନ୍ନ ବୀମା ଯୋଜନାରେ ଅନ୍ତର୍ଭୁକ୍ତୀକରଣ।
.ସ୍ବାସ୍ଥ୍ୟ ଓ ସୁରକ୍ଷା : ଆୟୁଷ୍ମାନ ଭାରତ (PM-JAY) କାର୍ଡ ପ୍ରଦାନ , ସ୍ପେଶାଲ ସିକଲ୍ ସେଲ୍ ଆନିମିଆ (Sickle Cell Anemia) ସ୍କ୍ରିନିଂ ଏବଂ ମହିଳା ଓ ଶିଶୁମାନଙ୍କ ପାଇଁ ପୋଷଣ ସେବା।
. ଜୀବିକା ଓ ଜଙ୍ଗଲ ଅଧିକାର : ଜଙ୍ଗଲ ଜମି ଅଧିକାର (FRA) ଅଧୀନରେ ପଟ୍ଟା ସମ୍ବନ୍ଧୀୟ ସମସ୍ୟାର ସମାଧାନ ଏବଂ ପିଏମ୍-କିଷାନ ଯୋଜନାର ସଂଯୋଗୀକରଣ।
"ଜନ ଭାଗିଦାରୀ" - ଜନତାଙ୍କ ସହଭାଗିତା
ମନ୍ତ୍ରଣାଳୟର ସଂକଳ୍ପ "ସବସେ ଦୂର୍ , ସବସେ ପହଲେ" କୁ ସାର୍ଥକ କରିବା ପାଇଁ , ଏହି ଅଭିଯାନରେ ବିଶେଷ କରି ପିଭିଟିଜି (PVTG -ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ) ସମୁଦାୟକୁ ଶତପ୍ରତିଶତ ସାମିଲ କରାଯାଉଛି। ସ୍ଥାନୀୟ ସୌରା ଓ କୁଇ ଭାଷାରେ ସଚେତନତା ସୃଷ୍ଟି କରିବା ପାଇଁ ବିଶେଷ ଭାବରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମର ସହାୟତା ନିଆଯାଉଛି, ଯାହାଦ୍ବାରା ପ୍ରକୃତ "ଜନ ଭାଗିଦାରୀ" ସମ୍ଭବ ହୋଇପାରିବ।
ସମସ୍ତ ପଞ୍ଚାୟତ ପ୍ରତିନିଧି , ସମସ୍ତ ସରକାରୀ କର୍ମଚାରୀ , ଯୁବ ଗୋଷ୍ଠୀ , ସ୍ବେଚ୍ଛାସେବୀ ସଂଗଠନ ଏବଂ ସମୁଦାୟର ମୁଖ୍ୟମାନଙ୍କୁ ଏହି 'ଜନ ଭାଗିଦାରୀ ଅଭିଯାନ'କୁ ସଫଳ କରିବାକୁ ଆହ୍ୱାନ କରାଯାଇଛି।
ଏହି ସପ୍ତାହ ବ୍ୟାପୀ ଚାଲିବାକୁ ଥ‌ିବା କାର୍ଯ୍ୟକ୍ରମର ଦୈନିକ ସମୀକ୍ଷା ଏବଂ ସୁଚାରୁ ପରିଚାଳନା ପାଇଁ ପ୍ରତ୍ୟେକ ବ୍ଲକରେ ସ୍ବତନ୍ତ୍ର ନୋଡାଲ ଅଫିସର ଏବଂ ପ୍ରଶାସନିକ ଟିମ୍ ମୁତୟନ କରାଯାଇଛି।

0
0
0
s2sdefault