ବାଲେଶ୍ଵର-: ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ହିଡ଼ିଗାଁ ଗ୍ରାମ ପଂଚାୟତର ହିଡ଼ିଗାଁ ଓ ଗୁଡ଼ୁପାହି ଗ୍ରାମ ପଂଚାୟତର ଗୁଡ଼ୁପାହି ଗ୍ରାମଠାରେ ଜିଲ୍ଲାସ୍ତରୀୟ, ସୁନାମି ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।ଗୁଡ଼ୁପାହି ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା ଉଦଘାଟନ କରିଥିଲେ । ସୁନାମି ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା ଗୁରୁତ୍ୱାରୋପ କରିଥିଲେ । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବାଲେଶ୍ୱର ଜିଲ୍ଲା ର ସଦର ବ୍ଲକର ଦୁଇଗୋଟି ଗ୍ରାମ ଯଥା ଗୁଡୁପାହି ଓ ହିଡିଗାଁ ଗ୍ରାମରେ ମକଡ୍ରିଲ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି । ଗୁଡୁପାହି ଓ ହିଡ଼ିଗାଁବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲରେ ଏନ.ଡି.ଆର.ଏଫ., ଓ.ଡ୍ରା.ଫ ବାହିନୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ସେ ସମ୍ପର୍କିତ କୌଶଳ ପ୍ରଦର୍ଶିତ ହୋଇଥିଲା । ଏନ.ଡି.ଆର.ଏଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ ଏବଂ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ । ଓସଡାମା (OSDMA) ସହଯୋଗରେ ଅନୁଷ୍ଠିତ ଏହି ମକତ୍ଡ୍ରିଲରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଓସଡାମା (OSDMA) କାର୍ଯ୍ୟାଳୟରୁ ଆସିଥିବା ପର୍ଯ୍ୟବେକ୍ଷକ ଓ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ମେଘନାଦ ବେହେରା ଉପସ୍ଥିତ ରହି ନିଜର ପ୍ରତିକ୍ରିୟା ରଖିଥିଲେ । ଜିଲ୍ଲାସ୍ତରୀୟ ମକଡ୍ରିଲ୍ କାର୍ଯ୍ୟକ୍ରମରେ , ହିଡ଼ିଗାଁ ଓ ଗୁଡ଼ୁ ଗ୍ରାମ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସରପଞ୍ଚ, ଅତିରିକ୍ତ ଗୋଷ୍ଠୀ ଉନୟନ୍ନ ଅଧିକାରୀ, ବାଲେଶ୍ୱର ସଦର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବାଲେଶ୍ୱର , ଶ୍ରୀ ସାଇ କୃଷ୍ଣ ଜେନା, ଏନ.ଡି.ଆର.ଏଫ. ଟିମ କମାଣ୍ଡର, ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସ୍ବେଛାସେବୀ ଅନୁଷ୍ଠାନ ସମ୍ପର୍କ ର ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଉପସ୍ଥିତ ରହି ମକଡ୍ରିଲ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଶ୍ରୀ ଅବନୀକାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।
ରାଜ୍ୟ
ଜିଲ୍ଲା ସ୍ତରୀୟ ସୁନାମୀ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ
- Hits: 17







