ବଲାଙ୍ଗିର,ତା.୧୬.୦୫.୨୬- ଆଜି ବଲାଙ୍ଗିର ଭୀମଭୋଇ ହସ୍ପିଟାଲ ଶିଶୁ ବିଭାଗରେ ଟିଟିଲାଗଡ ବ୍ଲକ ଶିଲଂଣ୍ଡା ଗ୍ରାମର ପାଂଚ ବର୍ଷ ଶିଶୁ ଲକ୍ଷ୍ମୀପ୍ରିୟା ସେଲମା ଜଣ୍ଡିସ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଜରୀରୀକାଳନ ପରିସ୍ଥିତି ରେ ରକ୍ତର ଆବଶ୍ୟକ ହେବାରୁ ତାଙ୍କ ମାମୁ ତୋଫାନ ଗହିର ଓ ତାଳଧ୍ୱଜ ନାଗ କୌଣସି ମତେ ଖବର ପାଇ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଙ୍କୁ ଫୋନ କରି ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ଶ୍ରୀ ଭୋଇ ଗେଲିଗୋଟ ପଡା ନିବାସୀ ଯୁବ କୁଲୁତା ସମାଜ ସଦସ୍ୟ ସନ୍ଦିପ ପ୍ରଧାନ ଙ୍କ ଘରକୁ ଯାଇ ତାଙ୍କୁ ନିଜ ଗାଡିରେ ବସାଇ ଆଣି ବଲାଙ୍ଗିର ମେଡିକାଲ ରକ୍ତ ଭଣ୍ଡାରରେ ରକ୍ତଦାନ କରିଥିଲେ । ରକ୍ତଦାନ ପରେ ଶ୍ରୀ ପ୍ରଧାନ ଙ୍କୁ ଯୁବ ସଂଗଠନ ତରଫରୁ ଉପଢୈାକନ, ମାନପତ୍ର ଓ ଚାରା ବୃକ୍ଷ ସହ ସମ୍ମାନିତ କରାଯାଇଥିଲା । ଆଜି ପବିତ୍ରୀ ବ୍ରତ ଅବସରରେ ସମସ୍ତ ଗୃହିଣୀ ନିଜ ସ୍ୱାମୀଙ୍କ ପାଇଁ ପୂଜାର୍ଚ୍ଚନା କରୁଥିବା ବେଳେ ସନ୍ଦିପ ପ୍ରଧାନ ସେ ସମୟରେ ଘରୁ ବାହାରି ଆସି ରକ୍ତଦାନ କରି ଶିଶୁର ଜୀବନ ବଂଚାଇଛନ୍ତି । ଏଭଳି ଜଟିଳ ପରିସ୍ଥିତି ରେ ରକ୍ତର ସହଯୋଗ କରି ଥିବାରୁ ତୋଫାନ ଗହିର ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏ ଅବସରରେ ବର୍ଷା ଋତୁରେ ୫୦ଟି ଗଛ ଲଗାଇବା ପାଇଁ ଅସୀମ ଭୋଇ ରୋଗିଙ୍କ ସମ୍ପର୍କୀୟ ଙ୍କ କହିଛନ୍ତି ।
ରାଜ୍ୟ
ଶିଶୁ ର ଜୀବନ ବଂଚାଇଲେ ସନ୍ଦିପ
- Hits: 17







