ହେଡଲାଇନସ୍:

ନୂତନ ଭାଗବତଟୁଙ୍ଗିର ଗୃହପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୀଳଗିରି - ୧୬/୫: ଔପଦା ବ୍ଲକ୍ ଗୋପ ଶ୍ୟାମସୁନ୍ଦରପୁର ଭାଗବତଟୁଙ୍ଗୀର ନୂତନ ଗୃହପ୍ରତିଷ୍ଠା ଉତ୍ସବ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ଭାଗବତପ୍ରେମୀ ପୁରୁଷ ଓ ମହିଳା ଯୋଗଦାନକରି କଳସ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଗତ ୧୫ତାରିଖ ଶୁକ୍ରବାର ଠାରୁ ଭାଗବତପାରାୟଣ କାର୍ଯ୍ୟ ଆରମ୍ଭହୋଇ ଦୀର୍ଘ ୭ଦିନ ବ୍ୟାପି ଚାଲୁରହିବା ସହ ଆସନ୍ତା ତା ୨୧/୦୫/୨୬ ରିଖରେ ସମାପନ ହେବ। ଏହି ପାରାୟଣ କାର୍ଯ୍ୟକ୍ରମକୁ ଗୋପ ଶ୍ୟାମସୁନ୍ଦରପୁର ଭାଗବତଟୁଙ୍ଗିର ପରିଚାଳନା ପରିଷଦ ର ସଭାପତି ଶ୍ରୀଯୁକ୍ତ ହରେକୃଷ୍ଣ ରାଉତ ,ସମ୍ପାଦକ ଶ୍ରୀଯୁକ୍ତ ସୁନୀଲ କୁମାର ବେହେରା ,ଉପସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଦାସ ,ସହସଂପାଦକ ଶ୍ରୀଯୁକ୍ତ ଶ୍ରୀଧର ବେହେରା ,କୋଷାଧକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବେହେରା ,ସଭ୍ୟ ଶ୍ରୀ ମହେନ୍ଦ୍ର ପରିଡା ,ଶ୍ରୀ ସୁରେନ୍ଦ୍ର ପରିଡା ,ଶ୍ରୀମତୀ ଗୌରୀ ପରିଡା ,ଶ୍ରୀମତୀ ଭାରତୀ ଜେନା ,ଶ୍ରୀମତୀ ଇତିଶ୍ରୀ ପୃଷ୍ଟି ,ଶ୍ରୀ ଉମେଶ ପରିଡା ,ଶ୍ରୀ ବାଇଧର ବାଗ , ଶ୍ରୀ ଦିବାକର ଦେଉରି,ଶ୍ରୀମତୀ ରାଧାମଣୀ ବାଗ , ଶ୍ରୀମତୀ ମାଳତୀ ଦାସ ,ଶ୍ରୀମତୀ ବାସନ୍ତୀ ବେହେରା ,ଶ୍ରୀମତୀ ଯଶୋଦା ପରିଡା , ଶ୍ରୀ ଲକ୍ଷ୍ମୀକାନ୍ତ ପରିଡା ,ଶ୍ରୀମତୀ ଗୌରୀମଣି ପରିଡା ଓ ଅନ୍ୟାନ୍ୟ ସଭ୍ୟ/ସଭ୍ୟା ମାନେ ପରିଚାଳନା କରିଥିଲେ।

0
0
0
s2sdefault