ହେଡଲାଇନସ୍:

ସୁବର୍ଣ୍ଣପୁରରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଉଦଘାଟିତ, ରେସିଡେନସିଆଲ ତାଲିମ ପାଇଁ ନୂତନ ସୁବିଧା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର,୧୪/୦୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲାର ରାମେଶ୍ୱର ଷ୍ଟାଡିଅମ ପାଖରେ ଥିବା ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଶୁଭ ଉଦଘାଟନ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କରିଛନ୍ତି। ଏହି ଜିଲ୍ଲା ପଞ୍ଚାୟତ କେନ୍ଦ୍ରରେ ପଞ୍ଚାୟତି ରାଜ ଅନୁଷ୍ଠାନ ମାନଙ୍କର ସମସ୍ତ ସଭ୍ୟ ଓ ସଭ୍ୟା ପ୍ରତିନିଧି କର୍ମଚାରୀ ବୃନ୍ଦ, ସମାଜ କଲ୍ୟାଣ ବିଭାଗ ଅଙ୍ଗନବାଡ଼ି କର୍ମୀ, ପରିଦର୍ଷିକା ଓ ମିଶନ ଶକ୍ତି ବିଭାଗର କର୍ମଚାରୀ ଯଥା ଏମ.ବି.କେ ଓ ସି. ଆର୍.ପି ମାନଙ୍କ ସମେତ ଅନ୍ୟ ବିଭାଗ କର୍ମଚାରୀ ପାଇଁ ରେସିଡେନସିଆଲ ତାଲିମ ଦେବାରେ ଉପଯୋଗୀ ହେବ।୨ କୋଟି ୨୯ ଲକ୍ଷ ୯୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ସାଧନ କେନ୍ଦ୍ରର କ୍ଷମତା ୫୦ ରହିଛି ଏବଂ ଏଥିରେ ରହିବା ପାଇଁ ଆବଶ୍ୟକ ସୁବିଧା ବ୍ୟବସ୍ଥା ରହିଛି। ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଚାୟତ କର୍ମକର୍ତ୍ତାମାନେ ତାଲିମ ପାଇଁ ଭବାନୀପାଟଣା ଓ ଭୁବନେଶ୍ୱରକୁ ଯାଉଥିଲେ, କିନ୍ତୁ ଏବେ ସେମାନେ ଏହି ସ୍ଥାନୀୟ କେନ୍ଦ୍ରରେ ପ୍ରଶିକ୍ଷଣ ନେଇପାରିବେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ ସୋନପୁରରେ ଉତ୍ପାଦିତ ଶାଢ଼ୀର ସ୍ୱତନ୍ତ୍ର ପରିଚୟ ରହିଛି ଓ ଏହାର ଚାହିଦା ବୃଦ୍ଧି ପାଉଥିବା ସହ ରାଜ୍ୟର ବିଭିନ୍ନ ମେଳାରେ ବିକ୍ରି ବଢ଼ୁଛି। ସେ ବିକଶିତ ଗାଁ ଓ ବିକଶିତ ଓଡିଶା ପାଇଁ ମନରେଗା ଯୋଜନାରୁ VBGRAMG ଯୋଜନା ଅଧୀନରେ କାର୍ଯ୍ୟ କରିବା ଯେଉଁଥିରେ ୧୦୦ ଦିନର କାମକୁ ୧୨୫ ଦିନ କରାଯାଇଥିବା କଥା ଉଲ୍ଲେଖ କରିଥିଲେ। ଆଗାମୀଦିନରେ ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱ ଏକ ସ୍ୱତନ୍ତ୍ର ସଂସ୍ଥା ବହନ କରିବ ।

ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇଥିଲେ। ସଭାକୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ ସଭା ପରିଚାଳନା କରିବା ସହିତ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ସୁବର୍ଣ୍ଣପୁର ତଥା ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault