ହେଡଲାଇନସ୍:

ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିଜ୍ଞାନରେ ଅଦୀତି ୟାଦବ ୯୬.୬ ଓ ବାଣିଜ୍ୟରେ ମିତୁଲ ବାଙ୍ଗଡ଼ ୯୭.୦ ପ୍ରତିଶତ ସହ ଜିଲ୍ଲା ଟପ୍ପର

  • ବିଜ୍ଞାନରେ ଅଦୀତି ୟାଦବ ୯୬.୬, ସିଦ୍ଧାନ୍ଵୀ ମିଶ୍ର ୯୪.୬ ଓ ପିନାକୀ ଚଟ୍ଟର୍ଜୀ ୯୩.୨

  • ବାଣିଜ୍ୟରେ ମିତୁଲ ବାଙ୍ଗଡ଼ ୯୭.୦, ବୈଷ୍ଣବୀ ଗୋୟଲ ୯୬.୮ ଓ ନୀରବ ଅଗ୍ରୱାଲ ୯୬.୬

ଝାରସୁଗୁଡ଼ା,୧୪/୦୫/୨୦୨୬: ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଓ ଉଲ୍ଲେଖନୀୟ ସଫଳତା ବିଦ୍ୟାଳୟ ଲାଗି ଗର୍ବ ଓ ଗୌରବ ଆଣି ଦେଇଛି । ଦ୍ୱାଦଶ ବୋର୍ଡ଼ ବିଜ୍ଞାନରେ ପରୀକ୍ଷା ଦେଇଥିବା ୯୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ଅଦୀତି ୟାଦବ ୯୬.୬, ସିଦ୍ଧାନ୍ଵୀ ମିଶ୍ର ୯୪.୬ ଓ ପିନାକୀ ଚଟ୍ଟର୍ଜୀ ୯୩.୨, ସ୍ଵୟଂଶ୍ରୀ ହୋତା ୯୨.୨, ଓମ ସୌମ୍ୟ ପ୍ରକାଶ ସାହୁ ୯୨, ଆମ୍ରିତାଂଶୁ କୁମାର ୯୧.୨, ସୁବ୍ରତ ମିରିଗ ୯୧.୦, ରଶ୍ମିତା ଦାଶ ୯୦.୧ ଓ ଅଂଶୁମାନ ସ୍ୱାଇଁ ୯୦.୦ ପ୍ରତିଶତ ହାସଲ କରିଛନ୍ତି । ସେହିପରି ବାଣିଜ୍ୟରେ ମୋଟ ୪୧ ଜଣଙ୍କ ମଧ୍ୟରୁ ୪୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମିତୁଲ ବାଙ୍ଗଡ଼ ୯୭.୦, ବୈଷ୍ଣବୀ ଗୋୟଲ ୯୬.୮, ନୀରବ ଅଗ୍ରୱାଲ ୯୬.୬, ଗଣିକା ଜୈନ ୯୬.୪, ଦୃଷ୍ଟି ସିଂ ୯୫.୦, ଅଞ୍ଜଳି ପାଢ଼ୀ ୯୪.୦, ପ୍ରତୀକ ଚନ୍ଦ୍ର ସାଗର ୯୩.୮, ମାହୀ ପଣ୍ଡିତ ୯୨.୪, ସୁସ୍ମିତା ଦାଶ ୯୧.୮ ଓ ଅମନ ବର୍ମା ୯୦.୮ ପ୍ରତିଶତ ହାସଲ କରିଛନ୍ତି। ଦ୍ୱାଦଶ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୧୩୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୧ ଜଣ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ତଥା ପ୍ରଥମ ଶ୍ରେଣୀରେ ପାସ କରି ବିଦ୍ୟାଳୟ ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ଓ ସୁପରଭାଇଜର ନୀଳିମା ପଟେଲଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଅପୂର୍ବ ସଫଳତା ପାଇଁ ଖୁସି ବ୍ୟକ୍ତ କରିବା ସହିତ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ପ୍ରଶଂସନୀୟ ସଫଳତା ପାଇଁ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

0
0
0
s2sdefault