ହେଡଲାଇନସ୍:

ତେନ୍ତୁଳୀଖୁଣ୍ଟି ମଣ୍ଡଳ ସ୍ତରୀୟ ଜନ ଆକ୍ରୋଶ ମହିଳା ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତେନ୍ତୁଳୀଖୁଣ୍ଟି, ନବରଙ୍ଗପୁର ତା 13-05-2026,ଅଶୋକ ସାହୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ମଣ୍ଡଳ ସ୍ତରୀୟ ଜନ ଆକ୍ରସ ମହିଳା ପଦଯାତ୍ରା ତେନ୍ତୁଳୀଖୁଣ୍ଟି ର ଦିଗିସଲପା ଗ୍ରାମ ପଂଚାୟତ ଅନ୍ତର୍ଗତ ଦିଗିସଲପା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ପଦଯାତ୍ରାରେ ମୁଖ୍ୟ ଅଥିତି ଭାବେ ଓଡିଶା ମହିଳା ସମ୍ପାଦିକା ଶ୍ରୀମତୀ ପୁର୍ଣିମା ନାୟକ ରହିଥିବା ବେଳେ ସନ୍ନମାନିତ ଅଥିତି ଭାବେ ଭାବେ ବିଧାୟକ ଶ୍ରୀଯୁକ୍ତ ଗୌରୀଶଙ୍କର ମାଝୀ ପଦ ଯାତ୍ରାରେ ସାମିଲ ହୋଇ ଦିଗି ରୁ ସଲୋପା ପର୍ଯ୍ୟନ୍ତ ପ୍ରାୟ ତିନି ସହ ମହିଳା ଓ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ସହ ନାରୀକୁ ସନ୍ନମାନ, ନାରୀକୁ 33%ସଂସଦ ଓ ବିଧାନସଭାରେ ସଂରକ୍ଷଣ ପାଇଁ ସଂସଦରେ ଆଣିଥିବା ବିଲକୁ ଇଣ୍ଡିଆ ମେଣ୍ଟ ର ସମସ୍ତ ବିରୋଧୀ ଦଳ ବିରୋଧ କରିଥିବାରୁ ତାହା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ କଂଗ୍ରେସ ଓ ବିଜେଡି ବିରୋଧରେ ମହିଳା ମାନେ ପ୍ଲାଗକାର୍ଡ ଧରି ଚାଲି ଚାଲି ଗ୍ରାମ ପରିକ୍ରମା କରି ସଲପା ଠାରେ ଏକ ସଭା ଅନୁଷ୍ଠିତ କରିଥିଲେ l ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକଙ୍କ ଅଥିତି ପରିଚୟ ପରେ ରାଜ୍ୟ ବିଜେପି ମହିଳା ମୋର୍ଚା ସମ୍ପାଦିକା ଶ୍ରୀମତୀ ନାୟକ ଉପସ୍ଥିତ ମହିଳା ମାନଙ୍କୁ ନାରୀ ମାନଙ୍କ ଏହି ବିଲକୁ ବିରୋଧୀ ଦଳ କାହିଁକି ବିରୋଧ କଲେ ଏହି ବିଲକୁ ବିରୋଧ କରି ଏମାନେ ନାରୀ ସମାଜକୁ ଅପମାନ କରିଛନ୍ତି ବୋଲି କହିଥିଲେ l ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ ନାରୀ ସମାଜକୁ କଂଗ୍ରେସ ବିରୋଧ କରିଛି ତେଣୁକରି କଂଗ୍ରେସ କୁ ଜବାବ ଦେବାକୁ ପଡିବ ବୋଲି କହିଥିଲେ l ଓ ବିଧାୟକ ନିଜ ବକ୍ତବ୍ୟରେ ମହିଳା ବିଲ ପାସ ହୋଇଥିଲେ କଣ କଣ ମହିଳା ପାଇଥାନ୍ତେ ବୁଝାଇଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର, ଜ୍ୟୋତି କଂସ, ସମ୍ପାଦକ ଦେବଦାସ ମହାଙ୍କୁଡ ବୀରେନ୍ଦ୍ର ପୂଜାରୀ, ନାରାୟଣ ପାତ୍ର ମଣ୍ଡଳ ନାରୀନେତ୍ରୀ ଶ୍ରୀମତୀ ପୂଜାରୀ, ଓ ଝରଣା ମୁଦୁଲିଙ୍କ ସହ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ପ୍ରାୟ ତିନିଶହ ମହିଳା ଏହି ସମାବେଶରେ ଉପସ୍ଥିତ ରହିଥିଲେ l

0
0
0
s2sdefault