ହେଡଲାଇନସ୍:

ପୋଟେରୁ ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଡିଏସସିର ଅପବ୍ୟବହାର ଅଭିଯୋଗ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦାୟିତ୍ୱରୁ କିରାଣୀଙ୍କୁ ଓହରାଇଲେ ଯନ୍ତ୍ରୀ, ଏପଟେ ଅନ୍ୟ ଜଣେ ବରିଷ୍ଠ କିରାଣୀଙ୍କୁ ୩ଟି ବିଭାଗର ଦାୟିତ୍ୱ ହସ୍ତାନ୍ତରକୁ ନେଇ ଚର୍ଚ୍ଚା

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଇରିଗେସନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଡିଏସସିର ଅପବ୍ୟବହାର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନ ଜାଣି ହେଉଥିଲା ଡିଏସସି ବ୍ୟବହାର, ଘଟଣା ପଦାରେ ପଡିବା ପରେ ବରିଷ୍ଠ କିରାଣୀଙ୍କ ଉପରେ ପଡ଼ିଲା ଛାଟ। ତେବେ ଏହିଭଳି ଘଟଣା ଆଜିକୁ ଦୀର୍ଘ ବର୍ଷ ହେଲା ହୋଇ ଆସୁଥିବା ବେଳେ ଏବେ କାହିଁକି ନିଆଗଲା କାର୍ଯ୍ୟାନୁଷ୍ଠାନ, ଏହା ପଛରେ ଅନ୍ୟ ଜଣେ ବରିଷ୍ଠ କିରାଣୀ ଙ୍କ ହାତ ରହିଥିବା ନେଇ ଚର୍ଚ୍ଚା। ଆଜି ଏଭଳି ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପୋଟେରୁ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁଯାୟୀ ପୋଟେରୁ ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତ୍ରୁପ କୁମାର ପାତ୍ରଙ୍କ କାର୍ଯ୍ୟରତ ବରିଷ୍ଠ କିରାଣୀ ଅଗସ୍ତି ସାମଲ ୫ଟି ସି କ୍ଲାସ ଠିକାଦାର ଲାଇସେନ୍ସ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ପାତ୍ର ଙ୍କ ବିନା ଅବଗତରେ ଅନୁମତି ପ୍ରଦାନ କରି ଲାଇସେନ୍ସ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ପାତ୍ର ନିଜର ବରିଷ୍ଠ କିରାଣୀ ଶ୍ରୀ ସାମଲ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସମସ୍ତ ଦାୟିତ୍ୱ ରୁ ଓହରିବାକୁ କହି ପି.ଆଇ ଡିଭିଜନର ବରିଷ୍ଠ କିରାଣୀ ନବୀନ ଡାକୁଆ ଙ୍କୁ କାର୍ଯ୍ୟଭାର ପ୍ରଦାନ କରିଛନ୍ତି। ତେବେ ବର୍ତ୍ତମାନ କାର୍ଯ୍ୟଭାର ଗ୍ରହଣ କରିଥିବା ବରିଷ୍ଠ କିରାଣୀ ଶ୍ରୀ ଡାକୁଆ ପୋଟେରୁ କେନାଲ ଡିଭିଜନ ଏମଭି-୭୯ ସମେତ ପୋଟେରୁ ଜଳ ସେଚନ ପିଆଇପି ବିଭାଗ ଏବଂ ପୋଟେରୁ ଇରିଗେସନ ଡିଭିଜନର ମୋଟ ୩ଟି ଦାୟିତ୍ୱରେ ବରିଷ୍ଠ କିରାଣୀ ଭାବେ ଦାୟିତ୍ୱ ତୁଲାଉଥିବାରୁ ବର୍ତ୍ତମାନ କିପରି ନିଜର ଅଫିସ କାର୍ଯ୍ୟ ଏହି ଜଣେ ମଣିଷ ସମ୍ପାଦନ କରିବେ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେଣୁ ତୁରନ୍ତ ଏହି ବିଭାଗରେ ନୂତନ ବରିଷ୍ଠ କିରାଣୀଙ୍କୁ ଦାୟିତ୍ୱ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି। ତେବେ ନୂତନ ସି କ୍ଲାସ ଠିକାଦାରୀ ଲାଇସେନ୍ସ କରିବାକୁ ହେଲେ ଅନଲାଇନରେ ସମସ୍ତ ଡକ୍ୟୁମେଣ୍ଟ ପ୍ରଦାନ କରି ଜଣେ ଆବେଦନ କରିଥାଏ। କିନ୍ତୁ ସର୍ବଦା ଏହି ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବରିଷ୍ଠ କିରାଣୀଙ୍କୁ ହାତାହାତି ସମସ୍ତ ଡକ୍ୟୁମେଣ୍ଟ ପ୍ରଦାନ ସହ ହାତଗୁଂଜା ବାବଦକୁ ଅର୍ଥ ରାଶି ଦେଲେ ହିଁ ଜଣେ ଠିକାଦାର ଲାଇସେନ୍ସ ପାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଆମେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ପାତ୍ର ଙ୍କୁ ପଚାରିବାରୁ ସେ ଉକ୍ତ ୫ଟି ନୂତନ ସି କ୍ଲାସ ଠିକାଦାରୀ ଲାଇସେନ୍ସ ରଦ୍ଦ କରିବା ସହ ଡିଏସସି ଅପବ୍ୟବହାର କରିଥିବା ବରିଷ୍ଠ କିରାଣୀ ଶ୍ରୀ ସାମଲ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଇଆଇସି କୁ ଚିଠି ଲେଖିଥିବା କହିଛନ୍ତି। ଏଥିସହ ବୁଧବାର ସୁଦ୍ଧା ତାଙ୍କର ବଦଳି ହେବା ନେଇ ସମ୍ଭାବ୍ୟତା ରହିଥିବା କହିଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି ଦୀର୍ଘ ବର୍ଷ ଧରି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କ ଡିଏସସି ପୂର୍ବ କିରାଣୀ ମାନଙ୍କ ନିକଟରେ ରହୁଥିଲା ଏବଂ ଆବଶ୍ୟକ ସ୍ଥଳେ ସେମାନେ ଉକ୍ତ ଡିଏସସି ଟିକୁ ବ୍ୟବହାର ମଧ୍ୟ କରୁଥିଲେ। ତେବେ ବର୍ତ୍ତମାନ ଏହି ଘଟଣା ଟି ପଦାରେ ପଡିବା ଦ୍ୱାରା ମୁଖ୍ୟ ନିର୍ମାଣ ଯନ୍ତ୍ରୀ କିରାଣୀ ମାନଙ୍କୁ ଡିଏସସି ପ୍ରଦାନ ନ କରି ନିଜେ ଡିଏସସି ବ୍ୟବହାର କଲେ ଏଭଳି ସମସ୍ୟା ଆଗକୁ ଉପୁଜିବ ନାହିଁ ବୋଲି ଅନୁମାନ କରାଯାଉଛି। ତୁରନ୍ତ ଘଟଣା ର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ସହ ଖାଲି ପଡିଥିବା ବରିଷ୍ଠ କିରାଣୀ ପଦବୀରେ ନୂତନ କିରାଣୀ ଙ୍କ ନିଯୁକ୍ତି ନିମନ୍ତେ ବିଭିନ୍ନ ମହଲରେ ଦାବି ହେଉଛି।

0
0
0
s2sdefault