ହେଡଲାଇନସ୍:

ଓଡ଼ିଶା ଵିଚ୍ ଫ୍ୟାସନ ୱିକ୍ ରାମ୍ପ : ରାମ୍ପରେ ଚାଲି ଧୁମ୍ ମଚାଇଲେ ମଡେଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗ୍ଲାମର ଦୁନିଆରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛି ନେକ୍ସଟ୍ ଜେନ ଫ୍ୟାସନ୍ ଟୁର ଏଣ୍ଡ ଲାଇଫ୍ । ସମ୍ବଲପୁରୀ , ହସ୍ତତନ୍ତ ଅନ୍ୟ ଫ୍ୟାବ୍ରିକର ଵହୁଳ ପ୍ରଚାର ପ୍ରସାର ପାଇଁ ଦୀର୍ଘ ଦିନରୁ ପ୍ରୟାସ ଜାରି ରଖିଥିବା ନେକ୍ସଟ୍ ଜେନ ଫ୍ୟାସନ୍ ଟୁର ଏଣ୍ଡ ଲାଇଫ୍ ପକ୍ଷରୁ ପୁରୀ ର ହୋଟେଲ୍ " ମେ ଫେୟାର " ଠାରେ ଓଡିଶା ଵିଚ୍ ଫ୍ୟାସନ୍ ୱିକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ପ୍ରତିଷ୍ଠାତା ହିତେନ୍ଦ୍ର ଶାହି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ସହ ପ୍ରତିଷ୍ଠାତା ରତନ ସାଓ , ସଂଯୋଜକ ସୁବୋଧ ଚାନ୍ଦ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ବଲପୁର , ବଲାଙ୍ଗୀର , ଅନୁଗୁଳ , ଭୁବନେଶ୍ୱର , ରାୟଗଡ଼ା ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା କୁନି କୁନି ମଡେଲ ତଥା ମୁମ୍ବାଇ , କଲିକତା , ଭୁବନେଶ୍ୱର ରୁ ଆସିଥିବା ୧୬ ଜଣ ସୁପ୍ରତିଷ୍ଠିତ ପେଷାଦାର ମଡେଲ ୧୦ ଟି ଫ୍ୟାସନ୍ ଡିଜାଇନର ଙ୍କ ଦ୍ଵାରା ପ୍ରସ୍ତୁତ ପରିଧାନ ପିନ୍ଧି ରାମ୍ପ ୱାକ କରିଥିଲେ । ୟୁ ଟ୍ରେଣ୍ଡ୍ ର ଫାଉଣ୍ଡର ତଥା ପ୍ରତିଷ୍ଠିତ ଡିଜାଇନର ମିସ୍ ଉଷା ଙ୍କ ଡିଜାଇନ୍, ପରିଧାନ ପିନ୍ଧି କୁନି କୁନି ମଡେଲ ମାନଙ୍କ ରାମ୍ପ ୱାକ ସମସ୍ତଙ୍କୁ ଆକର୍ଷିତ କରିଥିଲା । ମୁମ୍ବାଇ ର ସେଲିଵ୍ରିଟି ଡିଜାଇନର ପଙ୍କଜ କୁମାର , ହେମନ୍ତ ଓ ଅନ୍ୟ ଡିଜାଇନର ମାନେ ସାମିଲ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ୍ ରାଷ୍ଟ୍ର ଥମସନ ଆନ୍ଦ୍ରିଉଜ୍ । ସେହିପରି ମିସ୍ ଟିନ୍ ୟୁନିଭର୍ସ ଟ୍ରିସା ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ଏମ୍ ଏସ୍ ଏମ୍ ଇ ର ଡେପୁଟି ଡାଇରେକ୍ଟର ନିତିଶା ମାନ ଓ ନାଲକୋ ଇଡି ଆଶୁତୋଷ ରଥ ଯୋଗଦେଇ ମଡେଲ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରାମ୍ପ ୱାକ ରେ ସମ୍ବଲିକା ବ୍ରାଣ୍ଡର ଫାଉଣ୍ଡର ତଥା ପ୍ରଶିଦ୍ଧ ଫ୍ୟାସନ୍ ଡିଜାଇନର ସମିତ କର ଙ୍କ ପରିଧାନ ପିନ୍ଧି ଉପାସନା ରାମ୍ପ ୱାକ କରିଵା ସହ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଗୁଣପୁର ଭଳି ଏକ ଉପାନ୍ତ ଅଞ୍ଚଳରୁ ଆସି ଓଡ଼ିଶା ବିଚ୍ ଫ୍ୟାସନ୍ ୱିକ୍ ରେ ଅଂଶ ଗ୍ରହଣ କରି ରାମ୍ପ ୱାକ ରେ ଭଲ ପ୍ରଦର୍ଶନ କରିଥିବାରୁ ଉପାସନା ଙ୍କୁ ଉପସ୍ଥିତ ଅତିଥି ଓ ଦର୍ଶକମାନେ ଖୁବ୍ ପ୍ରଶଂସା କରିଥିଲେ । ଗ୍ଲାମର ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଲକ୍ଷ ରଖିଥିବା ଉପାସନା ଙ୍କୁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କାର୍ଯ୍ୟକ୍ରମକୁ ଶୁଭଜିତ୍ ପଣ୍ଡା ସଂଯୋଜନା କରିଥିବା ବେଳେ ନିଫଟର ବିଷ୍ଣୁପ୍ରିୟା ଦାସ , ନିବେଦିତା ଦାସ , ରେଣୁବାଳା ମହନ୍ତ , ଶିବାନନ୍ଦ ମହାନ୍ତି , ସ୍ବପ୍ନା ଭାରତୀ , ପ୍ରଶାନ୍ତ ମହନ୍ତ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault