ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୨/୫/୨୬ ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ ନର୍ସିଂ ବିଭାଗ ପକ୍ଷରୁ ବିଶ୍ୱ ସେବିକା ଦିବସ ପାଳିତ ହୋଇଯାଇଛି । ନର୍ସିଂ ବିଭାଗୀୟ ମୁଖ୍ୟ ଅଜିତ ଦାସ ଏବଂ ଫର୍ମାସୀ ଡିପ୍ଲୋମା ବିଭାଗୀୟ ମୁଖ୍ୟ ପ୍ରଫେସର କୃଷ୍ଣ ଚୈତନ୍ୟ ଗୌଡ଼ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଧୁନିକ ନର୍ସିଂ ସେବାର ପ୍ରବର୍ତ୍ତିକା ଫ୍ଲୋରେନ୍ସ ନାଇଟ ଏଙ୍ଗଲଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଅତିଥିମାନେ ନିଜ ଉଦ୍ବୋଧନରେ ସେବିକାମାନଙ୍କର ନିସ୍ଵାର୍ଥ ସେବା, କର୍ତ୍ତବ୍ୟନିଷ୍ଠା ଓ ମାନବିକତାକୁ ସମାଜ ପାଇଁ ଅମୂଲ୍ୟ ବୋଲି କହିବାସହ ଛାତ୍ରଛାତ୍ରୀମାନଙ୍କୁ ସେବାଭାବ ଓ ମାନବତାର ମନୋଭାବ ନେଇ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ନର୍ସିଂ ବିଭାଗର ଅଧ୍ୟାପିକା ଲିଯାଶ୍ରୀ ନାୟକ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ରୀତୁଷ୍ମୟୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ସ୍ନେହାରାଣୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।
ପରିଶେଷରେ ଛାତ୍ରୀମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ପ୍ରାଶାସନିକ ଅଧିକାରୀ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ସହ ବି.ଏସ୍.ସି. ନର୍ସିଂ ଓ ଜି.ଏନ୍.ଏମ୍. ବିଭାଗର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ରାଜୀବ ପଣ୍ଡା ପରିଚାଳନା କରିଥିଲେ । ନ
ନର୍ସିଂ ବିଭାଗ ଅଧକ୍ଷା ପ୍ରଫେସର ବେବିରାଣୀ. ଜି, ଗାୟତ୍ରୀ ଗ୍ରୁପ ର ଚେୟାରମେନ ଅକ୍ଷୟ ଦାଶ ଓ ସମ୍ପାଦକ ସଞ୍ଜୟ ସାହୁ ଛାତ୍ର ଛାତ୍ରୀକୁ ଶୁଭେଚ୍ଛା ଜଣାଇଥିଲେ l







