ହେଡଲାଇନସ୍:

ନିରୀହ ଆଦିବାସୀଙ୍କ ଅଭିଯୋଗ ଶୁଣିବାକୁ କେହି ନାହିଁ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ କରି ଗ୍ରାମବାସୀଙ୍କ ରାସ୍ତା ଉପରେ ଧାରଣା।         

କେନ୍ଦୁଝର,ତା୧୨/୫- ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଗୌଣୀଘଷା ଗ୍ରାମ ପଞ୍ଚାୟତର ଅର୍ଜୁନଚୁଆ ଠାରୁ ଖଡ଼ିଖମଣ ଯାଏ ଏବେ ତିଆରି ହେଉଥିବା ରାସ୍ତାରେ ଅତି ନିମ୍ନ ମାନର କାମ ହେଉଥିବାର ଗୁରୁତର ଅଭିଯୋଗ ସ୍ଥାନୀୟ ଗ୍ରାମବାସୀମାନେ କରିଛନ୍ତି। ଉଲ୍ଲେଖଯୋଗ୍ୟ କି ୨୦୨୪ ମସିହାରୁ ଏହି ରାସ୍ତା ହେଵାକୁ ଯୋଜନା ହୋଇଥିଲା ତେଣୁ ଏବେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା ଏହି ରାସ୍ତା ତିନିଜଣ ଠିକାଦାରଙ୍କ ମାଧ୍ୟମରେ ହେଉଛି। ଏହି ରାସ୍ତାରେ ସିମେଣ୍ଟ ଠିକ ବ୍ୟବହାର ହୋଇନି ରାସ୍ତା ମେଟାଲିଂ ଠିକ ନାହିଁ ପୁଣି ପିଚୁ ରାସ୍ତା ଅଂଶ ମଧ୍ୟ ଅତି ନିମ୍ନମାନର ଯାହା ଫଳରେ ଭବିଷ୍ୟତରେ ଏହି ପଂଚାୟତ ଲୋକେ ରାସ୍ତା ଲାଗି ନିଶ୍ଚିତ ଯମ ଯନ୍ତ୍ରଣା ପାଇବେ ଆଉ ରାସ୍ତା ହେବନି ବୋଲି ବିଚାର କରି ଗ୍ରାମବାସୀ ଏହି ନିମ୍ନ ମାନର ରାସ୍ତାକାମକୁ ବିରୋଧ କରିଛନ୍ତି। ସେମାନେ ଏହି ରାସ୍ତାକୁ ଭଲ ଭାବେ କରିବାକୁ ଦାବି କରି ଲିଖିତ ଭାବେ ଅଧିକାରୀଙ୍କୁ ଜଣାଇଥିଲେ। ପ୍ରଥମେ ସେମାନେ ବିଡ଼ିଓଙ୍କ ପାଖକୁ ଯାଇଥିଲେ ସେ ବିଭାଗୀୟ ଏସଡ଼ିଓଙ୍କୁ କହିବାକୁ କହିଲେ ପୁଣି ଉକ୍ତ ଏସଡ଼ିଓ ମହୋଦୟ ଯାଇ କନିଷ୍ଠ ଯନ୍ତ୍ରୀଙ୍କୁ କୁହ ବୋଲି କହିଲେ। ତେବେ ଲୋକେ ଜେଇଙ୍କୁ ଅପେକ୍ଷା କରି କରି ଦେଖା ନପାଇ ହତାଶ ହୋଇ ଶେଷରେ ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ। ଏହାପରେ ସେମାନେ ମୁଖ୍ୟମନ୍ତ୍ରୀ ଏହି ରାସ୍ତା ଘଟଣାରେ ହସ୍ତକ୍ଷେପ କରି ଭଲ ରାସ୍ତା ଦିଅନ୍ତୁ ବୋଲି ଦାବି କରିଛନ୍ତି ଅନ୍ୟଥା ମୁଖ୍ୟ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ଘଟଣା ଦେଖି ଜିଲ୍ଲାରେ ଅଭ୍ୟନ୍ତର ଅଂଚଳରେ କିପରି ରାସ୍ତା କାମ ଚାଲିଛି ବୋଲି ଆଲୋଚନା ହେଉଛି ଏଠାରେ ବାଜେ କାମରେ ସାମ୍ପଲିଂ ଟେଷ୍ଟ କରି ଠିକାଦାର ଓ ଯନ୍ତ୍ରୀଙ୍କୁ ଦଣ୍ଡିତ କରିବାକୁ ସାଧାରଣରେ ଦାବି ଉଠିଛି।

0
0
0
s2sdefault