ହେଡଲାଇନସ୍:

ରାଜ୍ୟସ୍ତରୀୟ ତ୍ରିଦିବସୀୟ ମାଧ୍ୟମିକ ଇଂରାଜୀ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ଡିଏଭି ସେଣ୍ଟର ଫର ଏକାଡେମିକ ଏକ୍ସଲେନ୍ସ, ନୂଆଦିଲ୍ଲୀର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ଡିଏଭି ଅନୁଷ୍ଠାନସମୂହଙ୍କ ରିଜିଓନାଲ ଟ୍ରେନିଂ ସେଣ୍ଟରର ସହଯୋଗରେ ରାଜ୍ୟର ୭ଟି କ୍ଲଷ୍ଟରର ମାଧ୍ୟମିକ ବର୍ଗ ଇଂରାଜୀ ବିଷୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତ୍ରିଦିବସୀୟ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଅଧିବେଶନରେ ଆୟୋଜକ, ସ୍ୱାଗତ ପକ୍ଷ ତଥା ଝାରସୁଗୁଡ଼ା ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା, ବନହରପାଲି ଡିଏଭି ଅଧ୍ୟକ୍ଷା ଅନିତା ଭାଗ୍ୟରାଜ, ଲାଞ୍ଜିଗଡ଼ ଡିଏଭି ଅଧ୍ୟକ୍ଷା ମନଭିନ କୌର ଓ ବ୍ରଜରାଜନଗର ଇବ ଭ୍ୟାଲି ଡିଏଭି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଦୀପ ପ୍ରଜ୍ଜ୍ୱଳନପୂର୍ବକ ତ୍ରିଦିବସୀୟ କର୍ମଶାଳାର ଶୁଭାରମ୍ଭ କରିବା ସହିତ ଶିକ୍ଷକଶିକ୍ଷାର୍ଥୀମାନଙ୍କୁ କର୍ମଶାଳାର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ । ଜାତୀୟ ଶିକ୍ଷାଗତ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ.ସି.ଇ.ଆର.ଟି)ଦ୍ଵାରା ନବ ପ୍ରଚଳିତ ଇଂରାଜୀ ପୁସ୍ତକ 'କାବେରୀ'ର ନୂତନ ବିଷୟବସ୍ତୁ, ଶିକ୍ଷଣ ପଦ୍ଧତି, କ୍ରିୟାମୂଳକ ଅଭିଗମ ଓ କୌଶଳଭିତ୍ତିକ ଅଧ୍ୟୟନକୁ ଅଧିକ ସୁଗମ ଓ ରୁଚିକର କରିବା ସହିତ କର୍ମଶାଳାରେ ପ୍ରଶିକ୍ଷଣ ମାଧ୍ୟମରେ ଶିକ୍ଷକମାନଙ୍କୁ “କାବେରୀ” ପୁସ୍ତକର ମୂଳ ଉଦ୍ଦେଶ୍ୟ, ଅଧ୍ୟାୟଭିତ୍ତିକ ଶିକ୍ଷଣ କୌଶଳ, ଭାଷା ଶିକ୍ଷାର ନୂତନ ଧାରା, କ୍ରିୟାଧାରିତ ଅଧ୍ୟୟନ ପଦ୍ଧତି ଏବଂ ଛାତ୍ରକେନ୍ଦ୍ରିକ ଶିକ୍ଷା ପ୍ରୟୋଗ ସମ୍ବନ୍ଧରେ ଅଧିକ କ୍ରିୟାଶୀଳ କରିବା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ । କର୍ମଶାଳା ଶିକ୍ଷକମାନଙ୍କର ବୃତ୍ତିଗତ ଦକ୍ଷତାକୁ ସୁଦୃଢ଼ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ମନରେ ଇଂରାଜୀ ଭାଷା ପ୍ରତି ଆଗ୍ରହ, ସୃଜନଶୀଳତା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ । ଡିଏଭି ବିଦ୍ୟାଳୟ ସମୂହ, ଓଡ଼ିଶା ଜୋନର ଯୋଜନାନୁଯାୟୀ ଆୟୋଜିତ ଏହି କର୍ମଶାଳାରେ କର୍ମଶାଳାରେ ୧୧ ଜଣ ଅଭିଜ୍ଞ ପ୍ରଶିକ୍ଷକଙ୍କ ସମେତ ଓଡ଼ିଶାର ୭ଟି ଜୋନରୁ ସମୁଦାୟ ୭୧ ଜଣ ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି ଦକ୍ଷତା ବିକାଶ କର୍ମଶାଳା ଆଗାମୀ ଦୁଇ ଦିନ ଯାଏଁ ଚାଲିବ ବୋଲି ସୂତ୍ରରୁ ପ୍ରକାଶ।

0
0
0
s2sdefault