ହେଡଲାଇନସ୍:

“ଲୁପସ କେବଳ ଚର୍ମରୋଗ ନୁହେଁ — ଏହା ଶରୀରର ଅନେକ ଅଙ୍ଗକୁ କ୍ଷତିଗ୍ରସ୍ତ କରିପାରେ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଶ୍ୱ ଲୁପସ ଦିବସ ଅବସରରେ ଓଡ଼ିଶା ଆର୍ଥ୍ରାଇଟିସ୍ ଆଣ୍ଡ୍ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ୍ (OARFT) ପକ୍ଷରୁ ଲୁପସ ସମ୍ପର୍କିତ ସଚେତନତା ବୃଦ୍ଧି ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସିଷ୍ଟେମିକ ଲୁପସ ଏରିଥେମାଟୋସସ୍ (LUPUS) ଏକ ଦୀର୍ଘସ୍ଥାୟୀ ଅଟୋଇମ୍ୟୁନ ରୋଗ, ଯାହା ଶରୀରର ତ୍ୱଚା, ଗଣ୍ଠି, ବୃକ୍କ, ହୃଦୟ ସହିତ ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିପାରେ।
Imageଏହି ରୋଗ ସାଧାରଣତଃ ୧୫ ରୁ ୪୫ ବର୍ଷ ବୟସର ମହିଳାମାନଙ୍କ ମଧ୍ୟରେ ଅଧିକ ଦେଖାଯାଏ। ପ୍ରତି ୧୦ ଜଣ ଲୁପସ ରୋଗୀଙ୍କ ମଧ୍ୟରୁ ୯ ଜଣ ମହିଳା ଥିବା ସୂଚନା ମିଳିଛି। ଜ୍ୱର, ଛାତିରେ ବ୍ୟଥା, କେଶ ଝଡିବା, ଚର୍ମରେ ରାଶ୍, ଗଣ୍ଠିବେଦନା ଇତ୍ୟାଦି ଲକ୍ଷଣ ଦେଖାଦେଲେ ଲୁପସ ଥିବାର ସନ୍ଦେହ କରାଯାଇପାରେ। ଏହା କୌଣସି ସଂକ୍ରାମକ ରୋଗ ନୁହେଁ ଏବଂ ଆଣ୍ଟି ନ୍ୟୁକ୍ଲିୟର ଆଣ୍ଟିବଡି (ANA) ପରୀକ୍ଷା ଦ୍ୱାରା ଏହାକୁ ଚିହ୍ନଟ କରାଯାଇପାରେ।
Imageଏହି ଅବସରରେ OARFT ପକ୍ଷରୁ OARC ଶୈଳଶ୍ରୀ ବିହାର ପରିସରରୁ ଡିଏଭି ସ୍କୁଲ୍ ଛକ ପର୍ୟ୍ୟନ୍ତ ଏକ ୱାକାଥନର ଆୟୋଜନ କରାୟାଇଥିଲା। ଏହି ୱାକାଥନର ଉଦ୍‌ଘାଟନ ଭୁବନେଶ୍ୱର ଉତ୍ତର ବିଧାନସଭା ମାନ୍ୟନୀୟ ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ କରିଥିଲେ। ବରିଷ୍ଠ ଚିକିସ୍ଛାକ ଏବଂ ଭାରତୀୟ ରିଉମାଟୋଲୋଜି ସଂଘ (ଓଡିଶା ଶାଖା) ର ପୂର୍ବତନ ସଭାପତି ଡାକ୍ତର ମନୋଜ ଛୋଟରାୟ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ଗିରିଜା ଶଙ୍କର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଲୋକମାନଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇଥିଲେ ।
ImageOARC ର ମେଡିକାଲ ନିର୍ଦ୍ଦେଶକ ପ୍ରଫେସର ଡଃ ଜ୍ୟୋତି ରଞ୍ଜନ ପରିଡା ଓ OARC ଶୈଳଶ୍ରୀବିହାର ଶାଖାର ମୁଖ୍ୟ ପରାମର୍ଶଦାତା ରିଉମାଟୋଲୋଜିଷ୍ଟ୍ ଡାକ୍ତର ଦେବାଶିଷ ମାଇକାପ୍ ସୂଚନା ଦେଇଥିଲେ ଯେ ଲୁପସର ଶୀଘ୍ର ନିଦାନ ଓ ଠିକ୍ ଚିକିତ୍ସା ଦ୍ୱାରା ରୋଗୀମାନେ ସାଧାରଣ ଜୀବନ ଯାପନ କରିପାରିବେ। ନିୟମିତ ଔଷଧ ସେବନ, ସୁସ୍ଥ ଜୀବନଶୈଳୀ ଓ ରିଉମାଟୋଲୋଜିଷ୍ଟଙ୍କ ପରାମର୍ଶ ଏଥିରେ ଗୁରୁତ୍ୱପୂର୍ଣ୍ଣ।
Imageଏହି ଅବସରରେ ଲୁପସ ସମ୍ପର୍କିତ ସୂଚନା ପତ୍ର ବଣ୍ଟନ କରାଯାଇଥିଲା। OARFT ର ପ୍ରତିଷ୍ଠାତା ଶ୍ରୀ ଚୈତନ୍ୟ ଚନ୍ଦ୍ର ପରିଡା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

0
0
0
s2sdefault