ହେଡଲାଇନସ୍:

ଘଡ଼ାଇ ଶିକ୍ଷା ସଂସ୍ଥାନରେ ଦଶମ ଶ୍ରେଣୀକୃତି ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଘଡ଼ାଇ ଶିକ୍ଷା ସଂସ୍ଥାନର ସଂସ୍ଥାପକ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ନୂତନ କ୍ୟାମ୍ପସ୍ ପରିସର ମଧ୍ୟରେ ଦଶମ ଶ୍ରେଣୀ ସି.ବି.ଏସ.ଇ,ଆଇ.ସି.ଏସ.ଇ ଓ ଓଡ଼ିଶା ବୋର୍ଡ଼ ପରୀକ୍ଷାର ଅଶୀପ୍ରତିଶତରୁ ଅଧିକ ନମ୍ବର ହାସଲ କରିଥିବା ୭୦ଜଣ ମେଧାବୀକୃତି ଛାତ୍ର ଛାତୀଙ୍କୁ ଘଡ଼ାଇ ଶିକ୍ଷା ସଂସ୍ଥାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ ମାଲକାନଗିରିର ମାନ୍ୟବର ବିଧାୟକ, ନରସିଂହ ମାଡ଼କାମୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷାନୁଷ୍ଠାନରୁ ନିମନ୍ତ୍ରିତ ହୋଇଥିବା ୭୦ଜଣ ମୋଧାବୀ ଛାତ୍ରଛାତ୍ରୀ ଓ ଉଚ୍ଚବିଦ୍ୟାଳୟ,କୋଚିଂ କେନ୍ଦ୍ରର ୧୦ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟପାଇଁ ମାନପତ୍ର, ପୁଷ୍ପଗୁଛ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅତିରକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭାଗିରଥି ବେହେରା, ସମ୍ମାନୀତ ଅତିଥିଭାବେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ଡ଼ଃ ରଞ୍ଜନ କୁମାରସ୍ୱାଇଁ ଓ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରମାଲକାନଗିରିର ସଭାପତି ରବୀନ୍ଦ୍ର କୁମାର ମହାରଣା ଯୋଗଦାନ କରି ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିଗଣ ଜଗନ୍ନାଥଙ୍କ ବିଗ୍ରହରେ ଧୂପଦୀପ ଓ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ମହାବିଦ୍ୟାଳୟର ଛାତ୍ରୀଗଣ ସ୍ୱାଗତ ସଙ୍ଗୀତ ଗାନ କରିବାପରେ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ସାମଲ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ମଞ୍ଚାସୀନ ଅତିଥିଗଣ କୃତିଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ଅଧ୍ୟବସାୟକୁ ପ୍ରଶଂସା କରି ଆଗାମୀଦିନରେ ସେମାନଙ୍କର ଭବିଷ୍ୟତ କିପରି ଉଜ୍ଜ୍ବଳମୟ ହୋଇ ପାରିବ ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଶିକ୍ଷା ସଂସ୍ଥାନର ପରିଚାଳନା ନିର୍ଦ୍ଦେଶକ ଡ଼ଃ ସୁରେଶ ଚନ୍ଦ୍ର ଘଡ଼ାଇ ଶିକ୍ଷା ସଂସ୍ଥାନରେ ଥିବା ବିଭିନ୍ନ ସୁବିଧାସୁଯୋଗ, ଅତ୍ୟାଧୁନିକ ଶ୍ରେଣୀଗୃହ, ସ୍ମାର୍ଟ କ୍ଲାସ,ଲାଇବ୍ରେରୀ, ବିଜ୍ଞାନଗାର,ଆଇଟି ଲ୍ୟାବ,ଅନୁଭବ ଅଧ୍ୟାପକ, ଅଧ୍ୟାପିକା, ବିଗତ ବର୍ଷ ଗୁଡ଼ିକରେମହାବିଦ୍ୟାଳୟର ପାସହାର, ବିଭିନ୍ନ ସର୍ବ ଭାରତୀୟ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର କୃତିତ୍ଵ ଓ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ ଭଳି ଅନେକ ଆକର୍ଷଣୀୟ ପ୍ରୋତ୍ସାହନ ଓ ଯୋଜନା ସଂପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଇଥିଲେ। ଡଃ ଘଡ଼ାଇଙ୍କ ପୂର୍ବ ପ୍ରତିଶ୍ରୁତି ଓ ଘୋଷଣା ଅନୁଯାୟୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଲକାନଗିରିର କୃତି ଛାତ୍ରୀ ଆରାଧନ ପଟ୍ଟନାୟକ ଚଳିତ ବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ୫୪୪ ରଖି ଏ-୧ ପାଇଥିବାରୁ ତାଙ୍କୁ ପାଞ୍ଚହଜାର ନଗଦ ଅର୍ଥପ୍ରଦାନ କରି ସମ୍ମାନୀତ କରିଥିଲେ। ପରିଶେଷରେ ଘଡ଼ାଇ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।

0
0
0
s2sdefault