ହେଡଲାଇନସ୍:

ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର (୦୯/୦୫): ଆଜି ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସହିତ, ଜିଲ୍ଲାର ସମସ୍ତ ତାଲୁକ ସ୍ତର ଓ ତୁଷୁରା ନ୍ୟାୟାଳୟରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା ।ଏହି ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ, ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ନ୍ୟାୟାଧୀଶ ଶ୍ରୀଯୁକ୍ତ ହିରଣ୍ମୟ ବିଶୋଇଙ୍କ ଉପସ୍ଥିତିରେ ପରିଚାଳନା କରାଯାଇଥିଲା । ଏଥିରେ ଶ୍ରୀଯୁକ୍ତ ବିମଳ କୁମାର ଚାନ୍ଦ, ଚେୟାରମ୍ୟାନ, ପିଏଲ୍ଏ (ପିୟୁଏସ୍), ଶ୍ରୀଯୁକ୍ତ ପ୍ରିୟବ୍ରତ ଦାଶ, ଜଜ୍, ଫ୍ୟାମିଲି କୋର୍ଟ, ଶ୍ରୀଯୁକ୍ତ ଶଙ୍ଖ ଚକ୍ରବର୍ତୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ଶ୍ରୀଯୁକ୍ତ ଲୋକନାଥ ମିଶ୍ର, ରେଜିଷ୍ଟ୍ରାର, ସିଭିଲ୍ କୋର୍ଟ, ଶ୍ରୀଯୁକ୍ତ ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ବୈଶାଳୀ ନାୟକ, ସିଭିଲ୍ ଜଜ୍ (ବରିଷ୍ଠ, କମର୍ସିଆଲ୍ କୋର୍ଟ), ଶ୍ରୀମତୀ କୂନମୁନ ଆଚାରୀ, ସିଭିଲ୍ ଜଜ୍ (ବରିଷ୍ଠ, LR&LTV), ଶ୍ରୀମତୀ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ଦୀପାରାଣୀ ଜେନା, SDJM, ଶ୍ରୀମତୀ ସାସ୍ଵତୀ ମହାପାତ୍ର, ସିଭିଲ୍ ଜଜ୍ (କନିଷ୍ଠ), ଶ୍ରୀ ସାଧକ କାରଜୀ (JMFC, LR&LTV), ଶ୍ରୀଯୁକ୍ତ ଶିଶିର କୁମାର ଭୋଇ (ଗ୍ରାମ ନ୍ୟାୟାଧିକାରୀ), ମିସ୍‌ ଦୀପାଳି ଦାସ (JMFC), ମିସ୍‌ ଅର୍ଘ୍ୟରୁପା ମିଶ୍ର (JMFC) ଏବଂ ଜିଲ୍ଲା ବାରର ପ୍ରାୟ ସମସ୍ତ ଅଧିବକ୍ତାମାନେ ଉପସ୍ଥିତ ଥିଲେ । ଏହାସହିତ ଜିଲ୍ଲାର ବିଭିନ୍ନ ରାଜସ୍ୱ ଅଧିକାରୀ, ବନ ବିଭାଗ, ଜାତୀୟକରଣ ଓ ବେସରକାରୀ ବ୍ୟାଙ୍କ, ଜଳ ବିଭାଗ, ବିଦ୍ୟୁତ ବିଭାଗ, BSNL ଏବଂ ଅନ୍ୟାନ୍ୟ ବିଭାଗମାନେ ମଧ୍ୟ ଭାଗ ନେଇଥିଲେ ।
ତତ୍‌ସହିତ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶୋଇଙ୍କ ନିର୍ଦ୍ଦେଶକ୍ରମେ, ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ପ୍ରାଧିକରଣ ପରିସରରେ ଉପସ୍ଥିତ ବ୍ୟକ୍ତିବିଶେଷମାନଙ୍କର ମାଗଣାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ପରୀକ୍ଷା କରାଯାଇଥିଲା ଓ ଔଷଧ ବିତରଣ କରାଯାଇଥିଲା । ଏହାସହିତ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ବିଶେଷ ଲୋକ ଅଦାଲତ-୨୦୨୬ “ସମାଧାନ ସମାରୋହ” ଓ ଦ୍ୱିତୀୟ ମଧ୍ୟସ୍ଥତା ଅଭିଯାନ ସଚେତନତା ଶିବିର ଖୋଲା ଯାଇଥିଲା । ଏହି ଶିବିରରେ ଜିଲ୍ଲା କାରାଗାରର ଅନ୍ତେବାସୀଙ୍କ ହସ୍ତଶିଳ୍ପ ବିକ୍ରୟ ଷ୍ଟଲ ମଧ୍ୟ ଖୋଲାଯାଇଥିଲା ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୯,୫୩୮ ମାମଲା ସମାଧାନ ହୋଇଥିଲା ଓ ସର୍ବମୋଟ ୧ କୋଟି ୮୧ ଲକ୍ଷ ୪୬ ହଜାର ୫୭୯ ଟଙ୍କାରେ ସମାଧାନ (settle) କରାଯାଇଥିଲା । ଉକ୍ତ ଲୋକ ଅଦାଲତକୁ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପରିଚାଳନା କରିଥିଲେ । ଏଥିରେ ପାରାଲିଗାଲ ସ୍ଵେଚ୍ଛାସେବୀମାନେ ସହଯୋଗ କରିଥିଲେ ଓ ଆଇନ-ଶୃଙ୍ଖଳା ରକ୍ଷାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲା ।

0
0
0
s2sdefault