ବିଜେପୁର :-ବରଗଡ଼ ଜ଼ିଲ୍ଲା ବିଜେପୁର ବ୍ଲକ ଏମ୍. ଶ୍ରୀଗୀଡା ତ୍ରିବେଣୀ ଛକ ଠାରେ ଥିବା ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମର ଏବେ ବିପଦଜନକ ଅବସ୍ଥାରେ ରହିଛି। ଟ୍ରାନ୍ସଫର୍ମର ଚାରିପାଖରେ କୌଣସି ସୁରକ୍ଷା ବାଡ଼ ନଥିବାରୁ ଏହା ଲୋକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ବିଶେଷ କରି ଏହା ଜନବସତି ଅଞ୍ଚଳ ଓ ଯାତାୟାତପୂର୍ଣ୍ଣ ଛକ ନିକଟରେ ଥିବାରୁ ଯେକୌଣସି ସମୟରେ ଅଘଟଣା ଘଟିବାର ଆଶଙ୍କା ରହିଛି।ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଛୋଟ ଛୋଟ ଶିଶୁମାନେ ଓ ପଶୁମାନେ ସେଠାରେ ଅବାଧରେ ଘୁରୁଥିବାରୁ ବିଦ୍ୟୁତ୍ ସ୍ପର୍ଶ ଭଳି ଦୁର୍ଘଟଣା ଘଟିବା ନେଇ ଭୟ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ବିଦ୍ୟୁତ୍ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ବାଡ଼ ନିର୍ମାଣ କରିବା ସହ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ନେବାକୁ ସାଧାରଣରେ ଦାବି ହେଉଛି।
ରାଜ୍ୟ
ମୁକୁଳା ଟ୍ରାନ୍ସଫର୍ମର ପାଲଟିଛି ବିପଦ, ଅଘଟଣା ଆଶଙ୍କାରେ ଲୋକେ
- Hits: 652







