ହେଡଲାଇନସ୍:

ପରିବର୍ତ୍ତିତ ଜନସାଂଖି୍ୟକ ପରିସ୍ଥିତି ସହିତ ଆଇନ ବ୍ୟବସ୍ଥାକୁ ମଧ୍ୟ ହେବାକୁ ପଡ଼ିବ ସମୟୋପଯୋଗୀ : ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • • ସାଇବର ଅପରାଧ ରୋକିବା ପାଇଁ ଖୋଲିବ ୫ଟି ସାଇବର କୋର୍ଟ

  • • ପ୍ରତିଷ୍ଠା ହେବ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ


ଭୁବନେଶ୍ୱର, ୯.୦୫.୨୦୨୬: ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ର ଦୃଷ୍ଟିକୋଣକୁ ନଜରରେ ରଖି ଆଜି ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଓ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫ୍ପିଏ) ର ସହଯୋଗରେ ମେ’ଫେୟାର କନଭେନସନ୍ରେ “ଜନସାଂଖି୍ୟକ ପରିବର୍ତ୍ତନ ଓ ଆଇନ ବ୍ୟବସ୍ଥା : ଉଦୟମାନ ମାନବୀୟ ଭବିଷ୍ୟତ ପାଇଁ ପ୍ରସ୍ତୁତି” ଶୀର୍ଷକ ଏକ ଉଚ୍ଚସ୍ତରୀୟ ବହୁକ୍ଷେତ୍ରୀୟ ପରାମର୍ଶ ବୈଠକ ଆୟୋଜିତ ହୋଇଯାଇଛି । ଏହି ପରାମର୍ଶ ବୈଠକରେ ବୃଦ୍ଧାବସ୍ଥା ବୃଦ୍ଧି, ପରିବର୍ତ୍ତିତ ପରିବାର ଗଠନ, ହ୍ରାସ ପାଉଥିବା ଜନ୍ମହାର, କିଶୋର-କିଶୋରୀଙ୍କ ପରିବର୍ତ୍ତନଶୀଳ ଅବସ୍ଥା, ପ୍ରବାସନ ଓ ପ୍ରଜନନ ପ୍ରଯୁକ୍ତି ଭଳି ଉଦୟମାନ ଜନସାଂଖି୍ୟକ ପରିସ୍ଥିତି କିପରି ଶାସନ ବ୍ୟବସ୍ଥା, ସର୍ବସାଧାରଣ ପ୍ରତିଷ୍ଠାନ ଓ ଆଇନ ଗଠନକୁ ପ୍ରଭାବିତ କରୁଛି, ସେଥି ଉପରେ ଆଲୋଚନା କରାଯାଇଥିଲା ।
ଦେଶରେ ଏହା ପ୍ରଥମ ଧରଣର ଏକ ପ୍ରୟାସ । ଯେଉଁଠାରେ ଜନସାଂଖି୍ୟକ ପରିବର୍ତ୍ତନ ଆଇନ ବ୍ୟବସ୍ଥା, ଶାସନ ଓ ସାର୍ବଜନୀନ ନୀତି ଉପରେ କିପରି ପ୍ରଭାବ ପକାଉଛି, ତାହାକୁ ନେଇ ଗଭୀର ଆଲୋଚନା କରାଯାଇଛି । ଭବିଷ୍ୟତ ସାମାଜିକ ପରିବର୍ତ୍ତନ ପାଇଁ ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ କିପରି ପ୍ରସ୍ତୁତ କରାଯିବ, ତାହା ଏହି ବୈଠକର ମୁଖ୍ୟ ଉଦେ୍ଧଶ୍ୟ ଥିଲା ।
କାର୍ଯ୍ୟକ୍ରମର ଉଦଘାଟନ କରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଶାସନ ବ୍ୟବସ୍ଥା କେବଳ ସାମାଜିକ ପରିବର୍ତ୍ତନକୁ ପ୍ରତିକ୍ରିୟା ଦେବାରେ ସୀମିତ ରହିପାରିବ ନାହିଁ, ବରଂ ପୂର୍ବାନୁମାନ କରି ଆଗୁଆ ହେବାକୁ ପଡିବ । ସେ କହିଥିଲେ, “ଓଡ଼ିଶା ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଦିଗରେ ଆଗୁଆ ବଢୁଥିବା ବେଳେ, ଆମ ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ପରିବର୍ତ୍ତିତ ଜନସାଂଖି୍ୟକ ଓ ସାମାଜିକ ପରିସ୍ଥିତି ସହ ସମନ୍ୱୟ ରଖିବାକୁ ହେବ । ସମାଜ ବଦଳୁଥିବା ସମୟରେ ଆଇନ ମଧ୍ୟ ସେହି ଅନୁଯାୟୀ ପରିବର୍ତ୍ତନଶୀଳ ହେବା ଆବଶ୍ୟକ ।” ଏହା ସହ ମନ୍ତ୍ରୀ କହିଥିଲେ ଯେ, ଦିନକୁ ଦିନ ବଢୁଥିବା ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ସହିତ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଦିଗରେ ଓଡ଼ିଶା ସରକାର ଆଗାମୀ ଦିନରେ ୫ ଟି ସାଇବର କୋର୍ଟ ସ୍ଥାପନ କରିବା ସହିତ ମହିଳାଙ୍କୁ ଗୁରୁତ୍ୱ ଦେଇ ୭ଟି ମହିଳା ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଜନସାଂଖି୍ୟକ ପରିବର୍ତ୍ତନ ଏବେ କେବଳ ବିକାଶର ବିଷୟ ନୁହେଁ, ଏହା ଶାସନ ଓ ନ୍ୟାୟ ବ୍ୟବସ୍ଥା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ସେ ଆଇନ ବିଭାଗ ଓ ୟୁଏନ୍ଏଫ୍ପିଏ ମଧ୍ୟରେ ସହଯୋଗକୁ ପ୍ରଶଂସା କରି ଏହାକୁ ଭବିଷ୍ୟତମୁଖୀ ଶାସନ ପାଇଁ ଏକ ଦୀର୍ଘମିଆଦୀ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି ।
ଓଡ଼ିଶା ସରକାରଙ୍କ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଥିଲେ, “ଆଜିର ସମାଜରେ ପରିବର୍ତ୍ତିତ ପରିବାର ବ୍ୟବସ୍ଥା, ଦାୟିତ୍ୱ ଓ ସାମାଜିକ ପରିସ୍ଥିତି ଯୋଗୁଁ ଅଦାଲତମାନେ ନୂଆ ପ୍ରକାରର ମାମଲା ସମ୍ମୁଖୀନ ହେଉଛନ୍ତି । ଆଇନର ବ୍ୟାଖ୍ୟା ଏହି ପରିବର୍ତ୍ତିତ ପରିସ୍ଥିତି ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ ।” ଉଦଘାଟନୀ ଅଧିବେଶନରେ ବକ୍ତାମାନେ କହିଥିଲେ ଯେ, ଜନସାଂଖି୍ୟକ ପରିବର୍ତ୍ତନ କେବଳ ଜନସଂଖ୍ୟା ଗଠନକୁ ନୁହେଁ, ବରଂ ବୃଦ୍ଧାବସ୍ଥା, କିଶୋର ଅବସ୍ଥା, ଯତ୍ନ ଓ ପ୍ରବାସନ ଭଳି ବିଷୟରେ ପ୍ରତିଷ୍ଠାନଗୁଡ଼ିକର ପ୍ରତିକ୍ରିୟାକୁ ମଧ୍ୟ ପ୍ରଭାବିତ କରୁଛି ।
ଓଡ଼ିଶାରେ ବର୍ତ୍ତମାନ ଦ୍ରୁତ ଜନସାଂଖି୍ୟକ ପରିବର୍ତ୍ତନ ଘଟୁଛି । ଜନ୍ମହାର ହ୍ରାସ, ଆୟୁ ବୃଦ୍ଧି ଓ ବୃଦ୍ଧ ଜନସଂଖ୍ୟା ବୃଦ୍ଧି ପାଇବା ସହ ପରିବାର ଗଠନରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖାଦେଇଛି । ୟୁଏନ୍ଏଫ୍ପିଏର ବିଭିନ୍ନ ଅଧ୍ୟୟନ ଓ ପୂର୍ବାନୁମାନରେ ଏହି ପରିସ୍ଥିତି ଉଲ୍ଲେଖ କରାଯାଇଛି ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, “ଜନସାଂଖି୍ୟକ ପରିବର୍ତ୍ତନ କେବଳ ଜନସଂଖ୍ୟାର ସଂଖ୍ୟା ନୁହେଁ । ଏହା ପରିବାର, ଶ୍ରମ ଅଂଶଗ୍ରହଣ, ଯତ୍ନ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଓ ନ୍ୟାୟ ପ୍ରାପ୍ତିକୁ ପ୍ରଭାବିତ କରେ । ବିକଶିତ ଓଡ଼ିଶା ପାଇଁ ପେରି ପ୍ରସ୍ତୁତି ଆବଶ୍ୟକ, ଜନସାଂଖି୍ୟକ ପରିବର୍ତ୍ତନ ପାଇଁ ମଧ୍ୟ ସେପରି ପ୍ରସ୍ତୁତି ଆବଶ୍ୟକ ।”
ଓଡ଼ିଶା ଆଇନ ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥ କହିଥିଲେ ଯେ, ପରିବର୍ତ୍ତିତ ସାମାଜିକ ପରିସ୍ଥିତି ସହ ଆଇନ ବ୍ୟବସ୍ଥା ସମନ୍ୱୟ ରଖୁଛି କି ନାହିଁ, ତାହାକୁ ନିରନ୍ତର ପର୍ଯ୍ୟବେକ୍ଷଣ କରିବା ଆବଶ୍ୟକ । ଆଇନ ବିଭାଗର ପ୍ରଧାନ ସଚିବ ପବିତ୍ର ମୋହନ ସାମଲ କହିଥିଲେ ଯେ, ଏହି ପ୍ରୟାସ ଆଇନ, ଶାସନ ଓ ଜନସାଂଖି୍ୟକ ତଥ୍ୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଳାପର ଆରମ୍ଭ କରିଛି ।
ୟୁଏନ୍ଏଫ୍ପିଏ ଓଡ଼ିଶାର ମୁଖ୍ୟ ନଦୀମ ନୁର କହିଥିଲେ, “ଜନସାଂଖି୍ୟକ ପରିବର୍ତ୍ତନ ସମାଜର କାର୍ଯ୍ୟ ପ୍ରଣାଳୀକୁ ମୂଳତଃ ପରିବର୍ତ୍ତନ କରୁଛି । ଅନେକ ନ୍ୟାୟିକ ରାୟର ବିଶ୍ଳେଷଣ ଦେଖାଉଛି ଯେ, ଏହି ପରିବର୍ତ୍ତନ ଆଇନ ବ୍ୟବସ୍ଥା ଓ ପ୍ରତିଷ୍ଠାନଗତ ପ୍ରତିକ୍ରିୟାରେ ପୂର୍ବରୁ ଦେଖାଦେଇଛି ।”
ଏହି ଅବସରରେ “ଖବଙ୍ଗ ସଦ୍ଭ ବ ଉଷବଦ୍ଭଶସଦ୍ଭଶ ଝକ୍ଟମସରଗ୍ଧଚ୍ଚ: ଊରଜ୍ଞକ୍ଟଶrବକ୍ଟ୍ରଷସମ ଞrବଦ୍ଭଗ୍ଦସଗ୍ଧସକ୍ଟଦ୍ଭ ବଦ୍ଭୟ ଖରଶବକ୍ଷ ୠrବଜ୍ଞରଙ୍ଗକ୍ଟrଳଗ୍ଦ ସଦ୍ଭ ଙୟସଗ୍ଦଷବ” ଶୀର୍ଷକ ଏକ ବିଶେଷ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ଏଥିରେ ଜନସାଂଖି୍ୟକ ପରିବର୍ତ୍ତନ, ଶାସନ ବ୍ୟବସ୍ଥା ଓ ଆଇନ ମଧ୍ୟରେ ଥିବା ସମ୍ପର୍କକୁ ବିଭିନ୍ନ ନ୍ୟାୟିକ ରାୟ ମାଧ୍ୟମରେ ବିଶ୍ଳେଷଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ଼. ପବିତ୍ର ମୋହନ ସାମଲ ସ୍ୱାଗତ ଭାଷଣ ଦେଇଥିଲେ । ପରିଶେଷରେ ୟୁଏନ୍ଏଫ୍ପିଏର ସୂର୍ଯ୍ୟପ୍ରକାଶ ଧନ୍ୟବାଦ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ବୃଦ୍ଧାବସ୍ଥା, ପରିବର୍ତ୍ତିତ ପରିବାର ବ୍ୟବସ୍ଥା, କିଶୋର ଅବସ୍ଥା, ସହାୟକ ପ୍ରଜନନ ପ୍ରଯୁକ୍ତି, ଯତ୍ନ, ଦାୟିତ୍ୱ ଓ ପ୍ରତିଷ୍ଠାନଗତ ପ୍ରତିକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଶେଷରେ ସମସ୍ତେ ଏକମତ ହୋଇଥିଲେ ଯେ, ଜନସାଂଖି୍ୟକ ପରିବର୍ତ୍ତନ ଭବିଷ୍ୟତର ନୁହେଁ, ବରଂ ବର୍ତ୍ତମାନର ଏକ ଶାସନଗତ ବାସ୍ତବତା, ଯାହା ପାଇଁ ଆଇନ, ନୀତି ଓ ଜନସାଂଖି୍ୟକ ତଥ୍ୟ ମଧ୍ୟରେ ନିରନ୍ତର ସଂଳାପ ଆବଶ୍ୟକ ।

 

0
0
0
s2sdefault