ବ୍ରହ୍ମପୁର: ଗତ କିଛି ଦିନ ତଳେ ବ୍ରହ୍ମପୁର ର ବିଭିନ୍ନ ୱାର୍ଡ ର ଯାତ୍ରୀ ହରିଶଙ୍କର ଦର୍ଶନ କରିବାକୁ ଯାଉଥିବା ବେଳେ ନୟାଗଡ ଜିଲ୍ଲା ଦଶପଲ୍ଲା ନିକଟରେ ରେ ସଡ଼କ ଦୁର୍ଘଟଣା ରେ ମୃତ ଓ ଆହତ ହୋଇଥିଲେ। ଏହି ଦୁଖଃଦ ଖବର ଶୁଣିବ ପରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ସେମାନଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ ଓ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ରେ ମୃତ ଓ ଆହତ ବ୍ୟକ୍ତି ଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଜଣାଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବିଧାୟକ କେ ଅନୀଲ କୁମାର ପ୍ରତେକ ମୃତ ବ୍ୟକ୍ତି ଙ୍କ ପରିବାର ଙ୍କୁ ୪ ଲକ୍ଷ୍ୟ ଟଙ୍କା ର ଚେକ୍ ଓ ଦୁର୍ଘଟଣା ରେ ଚିକିତ୍ସା ହେଉଥିବା ବ୍ୟକ୍ତି ଙ୍କ ପ୍ରତେକ ପରିବାର ଙ୍କୁ ୧.୨୫ ଲକ୍ଷ୍ୟ ଟଙ୍କା ର ଚେକ୍ ପ୍ରଦାନ କରିଥିଲେ। ବିଧାୟକ ଙ୍କ ପ୍ରତିନିଧି ଅଶୋକ ଶୁକ୍ଳ,ସ୍ଥାନୀୟ ତହସିଲଦାର,ପ୍ରଶାସନ ଅଧିକରୀ ଗଣ ଉପସ୍ଥିତ ଥିଲେ। ଏହି ଅବସରରେ ଅଂଚଳ ବାସୀ ଓ ଆର୍ଥିକ ସହାୟତା ପାଇଥିବା ବ୍ୟକ୍ତି ଙ୍କ ପରିବାର ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଙ୍କୁ କୃତଜ୍ଞତା ଜଣାଇଥିଲେ।
ରାଜ୍ୟ
ସଡ଼କ ଦୁର୍ଘଟଣା ରେ ମୃତ ଓ ଆହତ ବ୍ୟକ୍ତି ଙ୍କ ପରିବାର ଙ୍କୁ ଚେକ୍ ପ୍ରଦାନ କଲେ ବିଧାୟକ।
- Hits: 42







