ଡୁଙ୍ଗୁରିପାଲି, ୬!୫: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶିଙ୍ଘିଯୁବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଭାଇ ମୃତ, ଭଉଣୀ ଗୁରୁତର ବିନିକା ପଟୁ ଆସୁଥିବା ଏକ କାର ସହ ମୁହାମୁହିଁ ବାଇକ ଦୁର୍ଘଟଣା ଘଟିଛି l ଫଳରେ ଘଟଣl ସ୍ଥଳେ ଭାଇ ରଜତ ମହାକୁଡ଼ ଙ୍କ ମୃତୁ ଘଟିଥିବା ବେଳେ ଗୁରୁତର ଭଉଣୀ ରୁତୁପୂର୍ଣ୍ଣା ମହାକୁଡ଼ କୁ ଆମ୍ବୁଲାନ୍ସ ଯୋଗେ ବିନିକା ଡ଼ାକ୍ତର କୁ ନେଇ ଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ଥାନା ଭାଲିଆପଦର ଗ୍ରାମର ଭାଇ ରଜତ ମହାକୁଡ଼ ଓ ଭଉଣୀ ରୁତୁପୂର୍ଣ୍ଣା ମହାକୁଡ଼ ଏକ ବାଇକ ଯୋଗେ ବରଗଡ଼ କୁ କୌଣସି କାର୍ଯ୍ୟ ରେ ଯାଇ ଗାଁ କୁ ଫେରୁଥିବା ବେଳେ ବିନିକା ଥାନା ଶିଙ୍ଘିଯୁବା ନିକଟରେ ଏକ କାର ସହ ଦୁର୍ଘଟଣା ଘଟି ଭାଇ ର ମୃତୁ ଘଟିଥିବା ବେଳେ ଗୁରୁତର ଭଉଣୀ କୁ ବୁର୍ଲା ବଡ଼ ମେଡିକାଲ କୁ ପଠାଇ ଦିଆଯାଇଛି l ଘଟଣl ସ୍ଥଳେ ବିନିକା ପୋଲିସ ପହଁଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
ରାଜ୍ୟ
ଦୁର୍ଘଟଣା ରେ ଭଉଣୀ ସାମ୍ନା ରେ ଚାଲିଗଲା ଭାଇ ର ଜୀବନ
- Hits: 77







