ହେଡଲାଇନସ୍:

ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲଠାରେ "ବିଶ୍ବ ଧରିତ୍ରୀ ଦିବସ" ଦିନ ମହାସମାରୋହରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟର ସହଯୋଗରେ ଏବଂ Socio Cultural Development Centre , Odisha ଙ୍କ ଆନୁକୂଲ୍ଯରେ ସ୍ଥାନୀୟ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲଠାରେ "ବିଶ୍ବ ଧରିତ୍ରୀ ଦିବସ" ଦିନ ମହାସମାରୋହରେ ପାଳିତ ହୋଇସାରିଛି।
ଏଥିସକାଶେ ପ୍ରଥମ ପର୍ଯ୍ଯାୟରେ ବିଦ୍ୟାଳୟର ପ୍ରାର୍ଥନା ମଣ୍ଡପରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ମିଳିତଭାବେ ବିଦ୍ୟୁତର ସଦୁପଯୋଗ , ପରିବେଶ ସୁରକ୍ଷା , ନବୀକରଣ ଶକ୍ତି ର ବ୍ୟବହାର କୁ ନେଇ ଏକ ଶପଥପାଠ କରିଥିଲେ। ଏହାପରେ ବହୁସଂଖ୍ଯାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ସାଇକେଲ ଶୋଭାଯାତ୍ରାରେ ବାହାରି ପରିବେଶ ସୁରକ୍ଷା , ଆମ ଶକ୍ତି ଆମ ଗ୍ରହ , ନବୀକରଣ ଯୋଗ୍ଯ ଶକ୍ତି ବ୍ଯବହାର ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ପ୍ରଭୃତି ବିଷୟ ରେ ଜନସଚେତନ କରାଇଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।
ଦ୍ବିତୀୟ ପର୍ଯ୍ଯାୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ କନିଷ୍ଠ ଓ ବରିଷ୍ଠ ବିଭାଗରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ବିଷୟ ଥିଲା :"ଜଳବାୟୁ ପରିବର୍ତ୍ତନ"। ଏହାସହ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ "ନବୀକରଣ ଶକ୍ତି ଏବଂ ପୁନରୁଦ୍ଧାରିତ ଗ୍ରହ" ବିଷୟକୁ ନେଇ ଏକ ଭାଷଣ ପ୍ରତିଯୋଗିତା କରାଯାଇଥିବା ସହ ଏକ ବିଜ୍ଞାନ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା । ବିଦ୍ୟାଳୟରେ ଥିବା ସେମିନାର ହଲଠାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ପାତ୍ର , ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ୟୋତୀନ୍ଦ୍ର କୁମାର ନାୟକ ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ଆଗରେ ଆଗାମୀଦିନରେ ବିଦ୍ୟୁତ ସଦୁପଯୋଗ , ପରିବେଶ ସୁରକ୍ଷା , ନବୀକରଣ ଶକ୍ତି ପ୍ରଭୃତି ବିଷୟକୁ ନେଇ ନିଜସ୍ଵ ମତ ରଖିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସନ୍ତୋଷ ଦେଓ , ମନୋଜ ପାଢ଼ୀ ଏବଂ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ତଥା ଅନ୍ୟ କର୍ମଚାରୀ ଵୃନ୍ଦ ପରିଚାଳନା କରିଥିଲେ।

0
0
0
s2sdefault