ନୀଳଗିରି ସାରା ରାଜ୍ୟରେ ଅପ୍ରେଲ 27 ଓ ଜୁଲାଇ 27 ତାରିଖକୁ ଗୋ ସମ୍ମାନ ଦିବସ ରୂପେ ପାଳନ କରିବାକୁ ଗୋ ରକ୍ଷକ ସଦସ୍ୟ ସଦସ୍ୟା ମାନେ ଜନସାଧାରଣଙ୍କ ସଚେତନ କରିବାସହ ମହାମହିମ ରାଷ୍ଟ୍ରପତି ମହାମହିମ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବିଭିନ୍ନ ତହସିଲଦାର ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ ଦିଆଯାଇଛି .ଗୋ ସମ୍ପଦ୍ ଦିନକୁଦିନ ଲୋପ ପାଇବାକୁ ବସିଲାଣି. ଗୋ ସୁରକ୍ଷା ପାଇଁ ଗୋ ସମ୍ମାନ ଆହ୍ଵାନ ଅଭିଯାନ ଆରମ୍ଭ ହୋଇଛି. ଆଜି ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରୁ ସୁସଜ୍ଜିତ ବଳଦ ଓ କୁନି କୁନି ପିଲାଙ୍କୁ ରାଧା କୃଷ୍ଣ ବେଶରେ ସୁସଜ୍ଜିତ ରଥରେ ବସାଇ ବିଭିନ୍ନ୍ ସଂଗଠନର ସତାଧିକ ସଦସ୍ୟ ସଦସ୍ୟା ମାନେ ଗୋ ସମ୍ପଦ ସୁରକ୍ଷା ଓ ଗୋହତ୍ୟା ବନ୍ଦ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. ଗୋ ସମ୍ପଦ ସୁରକ୍ଷା ଓ ଗୋ ହତ୍ୟା ବନ୍ଦ କରିବା ପାଇଁ ନୀଳଗିରି ତହସିଲଦାର ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ମହାମହିମ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ ପଞ୍ଚାୟତର ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା. ବିଭିନ୍ ସଂଗଠନ ର ସଦସ୍ୟ ସଦସ୍ୟା ଉତ୍ତମ କୁମାର ବିଶ୍ଵାଳ ପ୍ରଶାନ୍ତ ବେହେରା ସୁଵାସିନୀ ଜି ସୁଧୀର ରଞ୍ଜନ ନାୟକ ସୁକୁମାର ନାୟକ ପୂର୍ଣ୍ଣ ଚନ୍ଦ୍ର ରାଉତ ଶରତ କୁମାର ମହାପାତ୍ର ଜୟନ୍ତୀ ପ୍ରଧାନ ଶାନ୍ତି ମିଶ୍ର ଉଦୟ ଦେବ ବେହେରା ଜୟନ୍ତ ବାରିକ କାର୍ତିକ ଜେନା ବ୍ରହ୍ମାନନ୍ଦ ଦାସ ହୃଦୟାନନ୍ଦ ସରସ୍ଵତୀ ଗୁରୁ ମହାରାଜ ଶ୍ରୀମନ୍ତ ଶିବାନନ୍ଦ ସରସ୍ଵତୀ ତ୍ୟାଗୀ ସନ୍ତୋଷ ଗୁରୁ ମହାରାଜ ଶ୍ରୀମଦ୍ ନୃସିଂହ ବାବା ସମେତ ବହୁ ଗୋ ସମ୍ପଦ ରକ୍ଷକ ସାମିଲ ହୋଇଥିଲେ
ରାଜ୍ୟ
ନୀଳଗିରି ରେ ଗୋ ସମ୍ମାନ ଆହ୍ଵାନ ଅଭିଯାନ
- Hits: 20








