ହେଡଲାଇନସ୍:

ଗୋ ସମ୍ମାନ ଆହ୍ୱାନ ଅଭିଯାନ ରେ ଗୋ ସେଵକ ଭାଇ ମାନଙ୍କ ଦାବି ପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାସୁଦେବପୁର: ଦେଶ ତଥା ରାଜ୍ୟରେ ବିଭିନ୍ନ ବ୍ଲକ ରେ ଗୋ ସେବକ ମାନଙ୍କଦ୍ୱାରା ତହସିଲଦାର ଙ୍କୁ ଏକ ପ୍ରାର୍ଥନା ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ସମୟ ଧରି ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଗୋ ସୁରକ୍ଷା ଆଇନ ପାରିତ କରିବା ପାଇଁ ଏଵଂ ଗୋମାତା କୁ ରାଷ୍ଟ୍ରୀୟ ମାତାର ମାନ୍ୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରି ଆସୁଛନ୍ତି। ଏହି କ୍ରମରେ ଏପ୍ରିଲ ୨୭ ତାରିଖ ସୋମବାର ଦିନ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ର ଗୋ ସେବକ ମାନଙ୍କଦ୍ୱାରା ତହସିଲଦାର ଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ କରାଯାଇଛି। ପ୍ରାର୍ଥନା ପତ୍ର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ ଏଵଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରାର୍ଥନା ପତ୍ର ରେ ଗୋମାତା ଙ୍କର ସୁରକ୍ଷା, ସମ୍ମାନ ତଥା ଗୋମାତା କୁ ରାଷ୍ଟ୍ରୀୟ ମାତାର ମାନ୍ୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ଲକ ସ୍ତରୀୟ ତହସିଲଦାର ଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ କରାଯାଇଛି ଏହା ପରେ ଜିଲ୍ଲା ସ୍ତରୀୟ ପରବର୍ତ୍ତୀ ସମୟରେ ରାଜ୍ୟ ସ୍ତରୀୟ ଗୋ ସମ୍ମାନ ଆହ୍ୱାନ କାର୍ଯ୍ୟକ୍ରମ କରାଯିବାକୁ ଧର୍ମ ରକ୍ଷା ସମିତି ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ରମରେ ଗୋ ସେବକ ମାନେ ବାଲି ନଗରସ୍ଥିତ ହନୁମାନ ମନ୍ଦିର ନିକଟରୁ ଏକ ପଦଯାତ୍ରା ଆରମ୍ଭ କରାଯିବା ସହିତ ବଜାର ଦେଇ ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ତହସିଲଦାର ଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରାର୍ଥନା ପତ୍ର ସହିତ ହଜାର ହଜାର ସଂଖ୍ୟାର ଗୋ ପ୍ରେମୀ ମାନଙ୍କ ର ହସ୍ତାକ୍ଷରର ଫର୍ଦ୍ଦ ସଂଯୋଗ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାସୁଦେବପୁର ର ଗୋ ସେବକ ତଥା ଧର୍ମ ରକ୍ଷା ସମିତି ର ସଭାପତି ଶଙ୍କର୍ଷଣ ମହାକୁଡ଼, ସଦସ୍ୟ ରଞ୍ଜନ କୁମାର ମଲ୍ଲିକ୍, ରାଧାଶ୍ୟାମ ମହାନ୍ତି, ଆନନ୍ଦ ଚନ୍ଦ୍ର ଦାସ, ପ୍ରଦୀପ କୁମାର ନାୟକ, ରଞ୍ଜନ କୁମାର ବାରିକ୍ , ରଶ୍ମି ରଞ୍ଜନ ପଲାଇ ଙ୍କ ସମେତ ବିଭାନ ଗଙ୍ଗାଧର ଗୋଶାଳା ର ଗୋ ସେବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

0
0
0
s2sdefault