ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସମଗ୍ର ଭାରତ ବର୍ଷରେ ସାଧୁ ସଂଥ ଙ୍କ ଦ୍ୱାରା ଚାଲିଥିବା ଗୋ ସମ୍ମାନ ଅଭିଯାନ ରେ ଗୁଣପୁର ତହସିଲ ବାସିନ୍ଦା ମଧ୍ୟ ସାମିଲ ହୋଇ ଆଜି 27 ତାରିଖ ରେ ଏକକାଳୀନ ଭାବେ ସମସ୍ତ ତହସିଲ ରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଗୋ ସୁରକ୍ଷା, ସୁରକ୍ଷିତ ଗୋ ଶାଳା ନିର୍ମାଣ, ଗୋ ମାତା କୁ ରାଷ୍ଟ୍ର ମାତା ଭାବେ ଘୋଷଣା ଦାବୀ କରି ସ୍ମାରକ ପତ୍ର ଦିଆଯାଉଥିବା ଅବସରରେ ଗୁଣପୁର ତହସିଲ ର ମଧ୍ୟ ଶତାଧିକ ଦସ୍ତଖତ ଥିବା ସ୍ମାରକ ପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଭିନାଶ ଶତପଥୀ ଙ୍କ ଜରିଆରେ ପ୍ରଦାନ କରାଯାଇଛି l ସ୍ଥlନୀୟ ବାସିନ୍ଦା ପଣ୍ଡିତ ଚନ୍ଦନ ମହାପାତ୍ର, ଯୁବ ନେତା ରାମ ପଣ୍ଡା, କାଉନସିଲର ଶିଵ ପାଢ଼ୀ, ସମାଜ ସେବୀ ଉମା ଦାଶ, ଯୁବ ଉଦ୍ୟୋଗି ବି ରବି କୁମାର, ଶିଵ ରାମ ଡାକୁଆ ପ୍ରମୁଖ ଉପସ୍ଥିତ ରହି ତହସିଲଦାର ଙ୍କ ଜରିଆରେ ରାଜ୍ୟପାଳ ଙ୍କ ନିକଟକୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ l
ରାଜ୍ୟ
ଗୋ ସମ୍ମାନ ଅଭିଯାନ ମାଧ୍ୟମରେ ଗୋ ସୁରକ୍ଷା ଓ ଗୋ ସମ୍ବର୍ଦ୍ଧନ ନିମନ୍ତେ ରାଜ୍ୟପାଳ ଙ୍କୁ ଦାବୀ ପତ୍ର
- Hits: 17








