ହେଡଲାଇନସ୍:

ବିଜୁ ବନ୍ଧୁମିଳନ କମିଟି ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ସକାଳ ପ୍ରାୟ ୭.୩୦ ଘଣ୍ଟା ସମୟରେ ଉତ୍କଳ ଛକ ନିକଟସ୍ଥ ଶ୍ରୀ ଶ୍ରୀ ଶ୍ରୀ ପାତାଳେଶ୍ଵର ମନ୍ଦିରରେ ବିଜୁ ବନ୍ଧୁମିଳନ କମିଟି ତରଫରୁ ଦୀପ ପ୍ରଜ୍ୱଳନ କରି ଦେଶୀବେହେରା ସାହିସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା ।
ଆଜି ସୁଦ୍ଧା ବିଜୁ ବାବୁଙ୍କୁ ଭାରତ ରତ୍ନ ଉପାଧି ଦିଆଯାଇନଥିବାରୁ ଗଭୀର ଦୁଃଖ ପ୍ରକାଶ କରାଇଥିଲା।
ବିଜୁ ବାବୁଙ୍କ ନାତି ଶ୍ରୀଯୁକ୍ତ ଅରୁଣ ପଟ୍ଟନାୟକ ସକ୍ରିୟ ରାଜନୀତିରେ ଯୋଗ ଦେଲେ ବନ୍ଧୁ ମିଳନ କମିଟି ତରଫରୁ ସ୍ୱାଗତ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।ଅପରାହ୍ନ ୧୨ ଘଣ୍ଟା ସମୟରେ ପାତାଳେଶ୍ଵର ମନ୍ଦିର ପରିସରରେ ବିଜୁ ବନ୍ଧୁମିଳନ କମିଟିର ଆବାହକ ଶ୍ରୀ ସନତ କୁମାର ଜେନାଙ୍କ ସମେତ କମଳ ପାତ୍ର , ପ୍ରଦୀପ ବେହେରା, ନିରଞ୍ଜନ ଜେନା, ଅଭିମନ୍ୟୁ ଦାସ, ଶଙ୍କର ବେହେରା, ରାଜେନ୍ଦ୍ର ଦାସ, ସୁରେନ୍ଦ୍ର ପଟ୍ଟନାୟକ, ଵିଟୁ ଦଳାଇ, ଲକ୍ଷ୍ମଣ ଚଉଧୁରୀ, ସନ୍ତୋଷ ରାଉତ, ରାମକୃଷ୍ଣ ସାହୁ, ଭାସ୍କର ବେହେରା, ଭାଗିରଥି ପଣ୍ଡା, କାହ୍ନୁ ଚରଣ ପାତ୍ର, ସୁରେଶ ତ୍ରିପାଠୀ, ଭିଷ୍ମାଚାର୍ଯ୍ୟ ଚଉଧୁରୀଙ୍କ ସହ ବହୁ ବିଜୁ ପ୍ରେମୀ ଯୋଗ ଦେଇ ବିଜୁ ବାବୁଙ୍କ ପାଇଁ ନିରବ ପ୍ରାର୍ଥନା ସହିତ ସ୍ମୃତି ଚାରଣ କରାଯାଇଥିଲା ଏବଂ ପ୍ରସାଦ ସେବନ କରି ପ୍ରଭୁ କୃପା ଲାଭ କରିଥିଲେ। ଶେଷରେ କାର୍ଯକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିବା ହେତୁ ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault