ହେଡଲାଇନସ୍:

ଡାଲମିଆ ଭାରତ ଫାଉଣ୍ଡେସନ୍ ଭୁବନେଶ୍ୱରରେ ଖୋଲିଲା ଦୁଇଟି ଆବାସିକ ଦିକ୍ଷା କେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ବୟନ କ୍ଷେତ୍ରରେ ଯୁବକ-ଯୁବତୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧିହେବ

  • - ପ୍ରତିବର୍ଷ ୯୦୦ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣ, ମହିଳାଙ୍କ ଅଂଶଗ୍ରହଣକୁ ବିଶେଷ ଗୁରୁତ୍ୱ


ଭୁବନେଶ୍ୱର, ୧୭ ଏପ୍ରିଲ ୨୦୨୬:ଡାଲମିଆ ଭାରତ ଲିମିଟେଡ୍‌ର କର୍ପୋରେଟ ସାମାଜିକ ଦାୟିତ୍ଵ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ୍ (ଡ଼ିବିଏଫ୍) ଓଡିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି (ଓଏସ୍ଡ଼ିଏ) ସହଯୋଗରେ ଭୁବନେଶ୍ୱରର କଣ୍ଟାବାଡ଼ ଓ ଘଙ୍ଗାପାଟଣାରେ ଦୁଇଟି ନୂତନଦିକ୍ଷାକେନ୍ଦ୍ରର ଶୁଭାରମ୍ଭ କରିଛି। ସ୍ଥାୟୀ ଜୀବିକା ସୃଷ୍ଟିରେଡାଲମିଆ ଭାରତ ଫାଉଣ୍ଡେସନ୍(ଡ଼ିବିଏଫ୍)ର ଦୃଢ଼ ପ୍ରତିବଦ୍ଧତା ସହ ଏହି କେନ୍ଦ୍ରଗୁଡିକରେ ସିଲାଇ ମେସିନ୍ ଅପରେଟର୍ ବୃତ୍ତିରେ ପ୍ରଶିକ୍ଷଣ ଦିଆଯିବ।
ଓଡିଶା ଏବେ ପୋଷାକ ଉତ୍ପାଦନରେ ଏକ ଉଦୟମାନ କେନ୍ଦ୍ର ଭାବେ ଉଭା ହୋଇଛି । ଏହି କ୍ଷେତ୍ରରେ କୌଶଳୀ ଶ୍ରମିକଙ୍କ ଚାହିଦା ବଢ଼ିଛି। ବିଶେଷକରି ମହିଳାମାନଙ୍କ ପାଇଁ ଏହା ନିଯୁକ୍ତିର ଏକ ସୁଯୋଗମୟ ପଥ ଭାବେ ପ୍ରମାଣିତ ହେଉଛି।
ସାହାନା କ୍ଲୋଥିଙ୍ଗ କମ୍ପାନୀ ଲିମିଟେଡ୍ ଓ ଆର୍ମଷ୍ଟ୍ରଙ୍ଗକ୍ଲୋଥିଙ୍ଗ କମ୍ପାନୀ ଲିମିଟେଡ୍ ସହ ବୁଝାମଣାପତ୍ର(MoU)ମାଧ୍ୟମରେ ଏହି କେନ୍ଦ୍ରଗୁଡିକ ଚାଲୁ କରାଯାଇଛି।ପ୍ରତିବର୍ଷ ୯୦୦ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣ ଦେବାକୁ କ୍ଷମତା ରହିବା ସହ ମହିଳାମାନଙ୍କ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯିବଏବଂ କ୍ୟାପ୍ଟିଭ୍ ନିଯୁକ୍ତି ସୁଯୋଗ ମାଧ୍ୟମରେ ୧୦୦%ପ୍ଲେସମେଣ୍ଟ ସହାୟତା ସହିତ ଶିଳ୍ପ-ସମର୍ଥିତ ତାଲିମ ପ୍ରଦାନ କରିବ।ଏଥିପାଇଁ ଓଏସ୍ଡ଼ିଏଦ୍ୱାରା ନିର୍ଦ୍ଦିଷ୍ଟ ତୃତୀୟ ପକ୍ଷ ପ୍ରମାଣପତ୍ର ମଧ୍ୟ ଦିଆଯିବ। ଏହି ନୂତନ କେନ୍ଦ୍ରଗୁଡିକ ସହିତ ଓଡିଶାରେ ଡାଲମିଆ ଭାରତ ଫାଉଣ୍ଡେସନ୍ର ଦିକ୍ଷାକେନ୍ଦ୍ର ସଂଖ୍ୟା ୮କୁ ପହଞ୍ଚିଛି।
ଏହି କେନ୍ଦ୍ରଗୁଡିକୁ ଶ୍ରୀ ସୁବାଶିଷ ବେହେରା(ଓଏସ୍ଡ଼ିଏ)ର ଡ଼ିଏସ୍ଡ଼ିଇଓ, ଭୁବନେଶ୍ୱର, ଓଏସ୍ଡ଼ିଏର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜିବ ପ୍ରଧାନ, ସାହାନା କ୍ଲଥିଂ କମ୍ପାନୀ ଲିମିଟେଡର ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ଦୁର୍ଗା ମାଧବ ସୁବୁଦ୍ଧିଓ ଡାଲମିଆ ଭାରତ ଫାଉଣ୍ଡେସନର ସିଇଓ ଶ୍ରୀଯୁକ୍ତ ଅଶୋକ କୁମାର ଗୁପ୍ତାଙ୍କ ସମେତ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା।
ପ୍ରଥମ ଥର ପାଇଁଡାଲମିଆ ଭାରତ ଫାଉଣ୍ଡେସନର ଏହି ଦୁଇଟି କେନ୍ଦ୍ର ସମ୍ପୂର୍ଣ୍ଣ ଆବାସିକ ରୂପେ ଗଠିତ ହୋଇଛି, ଯାହା ଅନୁନ୍ନତ ଏବଂ ଦୂରଦୂରାନ୍ତର ଅଞ୍ଚଳର ଯୁବକ ଯୁବତୀମାନଙ୍କ ପାଇଁ ସଂରଚିତ ଦକ୍ଷତା ସୁଯୋଗ ଉପଲବ୍ଧତାକୁ ବିସ୍ତାର କରିବା ପାଇଁ ଡିଜାଇନ୍ କରାଯାଇଛି।
ଏହି ଅବସରରେ ଡାଲମିଆ ଭାରତ ଫାଉଣ୍ଡେସନ୍ ର ସିଇଓଶ୍ରୀ ଅଶୋକ କୁମାର ଗୁପ୍ତା କହିଥିଲେ, “କୌଶଳ ବିକାଶ ସମାଜିକ ଓ ଆର୍ଥିକ ପରିବର୍ତ୍ତନର ମୂଳ ଶକ୍ତି। ଓଡିଶାରେ ଆମର ଏହି ପଦକ୍ଷେପ ରାଜ୍ୟର ଯୁବ ସମାଜ ପାଇଁ ନୂଆ ଦିଗ ଖୋଲିବ। ଏପର୍ଯ୍ୟନ୍ତ ଆମେ ଓଡିଶାରେ ୧୦,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଛୁ, ଯେଉଁଥିରେ ୭୮% ନିଯୁକ୍ତି ହାର ଓ ୬୦% ଠାରୁ ଅଧିକ ମହିଳା ଅଛନ୍ତି। ଏହି ନୂତନ କେନ୍ଦ୍ରଗୁଡିକ ସହିତ ଆମେ ଆମ ପ୍ରୟାସକୁ ଆହୁରି ଶକ୍ତିଶାଳୀ କରିବୁ।”
ଡାଲମିଆ ଭାରତ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଦିକ୍ଷାଏକ ନିଯୁକ୍ତି-ସଂଲଗ୍ନ ସ୍ୱଲ୍ପମିୟାଦୀ କୌଶଳ ପ୍ରଶିକ୍ଷଣ କାର୍ୟକ୍ରମ, ଯାହା ଯୁବକ ଓ ମହିଳାମାନଙ୍କୁ କୌଶଳୀ କର୍ମଶକ୍ତିର ଅଂଶ ହେବାରେ ସାହାଯ୍ୟ କରେ। ବର୍ତ୍ତମାନ ଏହା ୧୨ଟି ରାଜ୍ୟରେ ୩୨ଟି କେନ୍ଦ୍ର ମାଧ୍ୟମରେ ୨୯,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷିତ କରିଛି ଓ ମହିଳା ଓ ପଛୁଆ ବର୍ଗର ଅଂଶଗ୍ରହଣକୁ ବିଶେଷ ଗୁରୁତ୍ୱ ଦେଇଆସୁଛି।

 

 

0
0
0
s2sdefault