ହେଡଲାଇନସ୍:

ଉତ୍କଳ ଆଲୁମିନା ପକ୍ଷରୁ ୮ଟି ସ୍ଥାନରେ ଜଳଛତ୍ର ଉଦଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଗ୍ରୀଷ୍ମ ତାପରୁ ରକ୍ଷା ଦେବା ଉଦ୍ଦେଶ୍ୟରେ ଉତ୍କଳ ଆଲୁମିନା ପକ୍ଷରୁ ସିଏସଆର (CSR) କାର୍ଯ୍ୟକ୍ରମ ଅଧୀନରେ କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ ଜଳଛତ୍ର ର ଶୁଭ ଉଦଘାଟନ ହୋଇଯାଇଛି । ଏହାର ଅଂଶ ଭାବେ କୋଡିପାରି ପଞ୍ଚାୟତ ଅନ୍ତର୍ଗତ ଲୋଦିଗୁଡା ଛକ (ବସ୍‌ ଷ୍ଟାଣ୍ଡ) ଠାରେ ଏକ ଜଳଛତ୍ରର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଆଣ୍ଡିରାକଞ୍ଚ ଥାନାର ସବ୍-ଇନ୍ସପେକ୍ଟର ଶ୍ରୀ ଅରୁଣ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ରର ଶୁଭ ଉଦଘାଟନ କରିଥିଲେ। ସେ ଉତ୍କଳ ଆଲୁମିନାର ସିଏସଆର ପଦକ୍ଷେପକୁ ପ୍ରଶଂସା କରି କହିଥିଲେ ଯେ, ଏପରି ଉଦ୍ୟମ ଗ୍ରୀଷ୍ମ ଋତୁରେ ଅଞ୍ଚଳବାସୀ ଓ ଯାତ୍ରୀମାନଙ୍କ ପାଇଁ ବହୁତ ଉପକାରୀ।
ଏହି ଜଳଛତ୍ର ବ୍ୟବସ୍ଥା ଅଧୀନରେ ଲୋଦିଗୁଡା, କୋଡିପାରି, ହାତିଖମନ, ଯୋଗୀପାରିତୁଣ୍ଡା, ଆଣ୍ଡିରାକଞ୍ଚ, ପାଇକ କୁପାଖାଲ, ମାଲିଗାଁ ଓ ଚନ୍ଦ୍ରଗିରି ଆଦି ଗ୍ରାମର ଲୋକମାନେ ଲାଭାନ୍ବିତ ହେବେ। ଯାତାୟାତ କରୁଥିବା ଲୋକଙ୍କ ପାଇଁ ଏଠାରେ ଥଣ୍ଡା ପାଣିର ସୁବିଧା ରଖାଯାଇଛି।
ଉଦଘାଟନ ଅବସରରେ ମନୋଜ ଦାଶ, ବିନୋଦ ପୂଜାରୀ, ସଞ୍ଜୀବ କୁମାର ଓ ଅରବିନ୍ଦ ସାହୁଙ୍କ ସହ ଅଞ୍ଚଳର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଅଞ୍ଚଳବାସୀମାନେ ଉତ୍କଳ ଆଲୁମିନାର ଏହି ପ୍ରୟାସକୁ ସ୍ୱାଗତ କରିବା ସହ ଏହା ଗ୍ରୀଷ୍ମରେ ଲୋକଙ୍କୁ ଜଳ ସଂକଟକୁ କିଛି ପର୍ଯ୍ୟନ୍ତ କମେଇବ ବୋଲି ମତ ପ୍ରକାଶ କରିଥିଲେ।
ଉଲ୍ଲେଖନୀୟ ଯେ, ବାଫଲିମାଲି ମାଇନ୍ସ ଅଧୀନରେ ଏହି ଜଳଛତ୍ର ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ସାମାଜିକ ଦାୟିତ୍ୱର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ପ୍ରଶଂସା ଅର୍ଜନ କରୁଛି।

0
0
0
s2sdefault