ହେଡଲାଇନସ୍:

ବିଜ୍ଞାନ ଓ ଗଣିତ ସର୍କଲ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ପି ଏମ୍ ଶ୍ରୀ ନୋଡାଲ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ବାସୁଦେବପୁର ରେ ବିଜ୍ଞାନ ଓ ଗଣିତ ସର୍କଲ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ କୁ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଅଭିମନ୍ୟୁ ବେହେରା, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ରେବତୀ କାନ୍ତ ପାଢୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପ କୁମାର ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୋଟ ଶହେ ଦୁଇ ଟି ପ୍ରକଳ୍ପ ବିଦ୍ୟାର୍ଥୀ ମାନେ ପ୍ରଦର୍ଶନ କରିଥିଲେ। ବିଚାର ପତି ଭାବେ ଶିକ୍ଷକ ବନମାଳୀ ବାରିକ୍, ଶିକ୍ଷୟିତ୍ରୀ ଚିନ୍ମୟୀ ପଣ୍ଡା, ଅନିଶା ଦାସ ମହାପାତ୍ର ଯୋଗ ଦେଇ ଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶୁଭ ଲକ୍ଷ୍ମୀ ରାଉତ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲାଶିକ୍ଷକ ରବୀନ୍ଦ୍ର ମହାକୁଡ଼ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାନ ସର୍କଲ ରେ ଶିକ୍ଷୟିତ୍ରୀ ରଶ୍ମୀତା ବିଶ୍ବାଳ, ଏସ କେ ସାଫିରୁଦ୍ଦିନ, ଗଣିତ ରେ ରବୀନ୍ଦ୍ର ମହାକୁଡ଼, ଆରତୀ ଧଳ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ଏହି ଅବସର ରେ ଉଭୟ ଗଣିତ ଓ ବିଜ୍ଞାନ ରେ ଜୁନିୟର ସିନିୟର୍ ରେ ମୋଟ କୋଡିଏ ଜଣକୁ ପୁରଷ୍କୃତ କରାଯିବା ସହ ଭାଗ ନେଇ ଥିବା ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ସେହିପରି କୁଇଜ୍ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।

0
0
0
s2sdefault