ହେଡଲାଇନସ୍:

ଏମ୍. ଗଣ୍ଡପାଲି ଆଦର୍ଶ ବିଦ୍ୟାଳୟରେ ସଫଳତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବିଜେପୁର ବ୍ଲକ୍ ଅନ୍ତର୍ଗତ ଏମ୍. ଗଣ୍ଡପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷର ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ଦେଖାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ପରିଶ୍ରମ ଓ ଶିକ୍ଷକମାନଙ୍କ ନିର୍ଦ୍ଦେଶନାରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ସହ ଅଞ୍ଚଳର ମାନ ବଢ଼ାଇଛନ୍ତି।ମୋଟ ୭୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୯୩% ପାସ୍ ହାର ରହିଛି, ଯାହା ବିଦ୍ୟାଳୟ ପାଇଁ ଗର୍ବର ବିଷୟ। ଏହି ବର୍ଷ ରୁବି ଭୁଏ ୯୭% ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି। ସେହିପରି ପ୍ରିୟା କ୍ଷେତି ୯୫%, ଆରାଧନା ରଥ ୯୩%, ଲିଜା ନାଏକ ୯୧.୮%, ରୋୟିନା ସାହୁ ୯୧%, ଶ୍ରୀୟା ସାହୁ ୯୦.୮%, ସୋନମ ମେହେର ୯୦.୮% ଓ ଆଲିଶାରାଣୀ ନନ୍ଦ ୯୦.୨% ନମ୍ବର ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।ଏହି ସଫଳତା ପଛରେ ଶିକ୍ଷକମାନଙ୍କ ନିଷ୍ଠା, ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଓ ଅଭିଭାବକମାନଙ୍କ ସହଯୋଗ ମୁଖ୍ୟ ଭୂମିକା ନେଇଛି। ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

0
0
0
s2sdefault