ଖୋର୍ଦ୍ଧାରୁ (ସେକ ଜାଫର ): - ନଗର କଂଗ୍ରେସ କମିଟି ପକ୍ଷରୁ ଖୋରଧା ସାଇବର ଥାନାରେ ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ବିରୋଧ ରେ ଲିଖିତ ଭାବରେ ଅଭିଯୋଗ କରାଯାଇଛି। ନିକଟରେ ଶ୍ରୀଯୁକ୍ତ ଜଗଦେବ କେତେକ ବୈଦ୍ୟୁତିକ ଗଣମାଧ୍ୟମ ରେ କଂଗ୍ରେସ ନେତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ର ପ୍ରବକ୍ତା ସୋନାଲି ସାହୁ ଙ୍କ ଚରିତ୍ର କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଥିବାରୁ ଏହାର ପ୍ରତିବାଦ ରେ ଖୋରଧା ନଗର କଂଗ୍ରେସ କମିଟି ପକ୍ଷରୁ ନଗର କଂଗ୍ରେସ କମିଟି ସଭାପତି ରଣଜିତ ମାହାପାତ୍ର ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଖୋରଧା ସାଇବର ଥାନା ରେ ଲିଖିତ ଭାବରେ ବିଧାୟକ ଶ୍ରୀଯୁକ୍ତ ଜଗଦ୍ଦେବ ଙ୍କ ବିରୋଧ ରେ ଅଭିଯୋଗ କରାଯାଇଛି l ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ପରି ଭାଇଚାରା ସହରରେ ଅଶାନ୍ତି ସୃଷ୍ଚି କରୁଛନ୍ତି । ଜାଣିଶୁଣି ଖୋର୍ଦ୍ଧାରେ ମୁସଲମାନ ଓ ହିନ୍ଦୁଙ୍କ ଭିତରେ ଦଙ୍ଗା କରାଇବାକୁ ଚେଷ୍ଟା କରୁଛନ୍ତି ବିଧାୟକ । ସେ ଭୁଲ ସ୍ୱୀକାର ନକଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ କଂଗ୍ରେସ ବାଧ୍ୟ ହେବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି l
ରାଜ୍ୟ
ନଗର କଂଗ୍ରେସ କମିଟି ପକ୍ଷରୁ ଖୋରଧା ବିଧାୟକଙ୍କ ବିରୋଧରେ ସାଇବର ଥାନାରେ ଲିଖିତ ଅଭିଯୋଗ
- Hits: 10








