ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ "ପ୍ରଗତି" ମହିଳା ସଂଗଠନ ଆନୁକୂଲ୍ୟରେ "ପଖାଳ ଦିବସ " ସଭାପତି ଲୋକନାଥ ମିଶ୍ରଙ୍କ ସଭାପତିତ୍ବରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଖଣି ଅଧିକାରୀ ଦିପେନ୍ ପରିଡ଼ା , ବିଶିଷ୍ଟ ଅତିଥି ଭାବେ ପି.ପି ରାଜେଶ ମିଶ୍ର , ମୁଖବକ୍ତା ଭାବେ ବିନୋଦିନୀ କନିଷ୍ଠ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ସେବା ନିବୃତ ଜିଲ୍ଲା ସଂସ୍କୃତି ଅଧିକାରୀ ରାମଚ଼ନ୍ଦ୍ର ପାଢୀ ଓ ଦିନେଶ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ।
ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ। ବିଭିନ୍ନ ଦୃଷ୍ଟି କୋଣରୁ ବିଚାର କରାଯାଇ ପଖାଳର ଚାହିଦା ଆଞ୍ଚଳିକ ସ୍ତରରୁ ବିଶ୍ବ ଦରବାର କିଭଳି ଆଜି ରୁଚିବୋଧ ଓ ସମ୍ମାନିତ ସେ ସମ୍ପର୍କରେ ବକ୍ତା ମାନଙ୍କର ପ୍ରାଞ୍ଜଳ ଉତ୍ତର ଥିଲା। ଉତ୍କଳୀୟ ପରମ୍ପରା ଏବଂ ସଂସ୍କୃତିର ପଖାଳ କଂସା ବାସ୍ତବରେ ଋଚିବୋଧ ଏବଂ ଏକତା ର ଏକ ଜ୍ବଳନ୍ତ ନମୁନା।
କାର୍ଯ୍ୟକ୍ରମର ସଂଯୋଜକ ଭାବେ ପ୍ରଗତିର ଉପଦେଷ୍ଟା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇ ପଖାଳର ବହୁମୁଖୀ ତାତ୍ତ୍ଵିକ ଗୁଣର ଆଲୋଚନା କରିଥିଲେ। ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ପ୍ରାକ୍ ସୂଚ଼ନା ଦେଇଥିଲେ। ସ୍ନେହା ବେହେରା ଅତିଥି ଆହ୍ବାନ ଏବଂ ପରିଚୟ ପ୍ରଦାନ କରିଥିବା ବେଳେ , ମୁରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଓଡ଼ିଆଙ୍କର ପସନ୍ଦର ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।
ଇତିଶ୍ରୀ ମହାପାତ୍ର , ପ୍ରଜ୍ଞାସା ମହାପାତ୍ର , ଶୁଭଶ୍ରୀ ଭୁକ୍ତା , ଡାକ୍ତର ମୁର୍ମୁ , ଭାଗବତ ପାଢ଼ୀ , ପ୍ରଦୀପ ଜେନ୍ନା , ଚ଼ଣ୍ଡି ପ୍ରସନ୍ନ ନାୟକ , ମାନସୀ ପଣ୍ଡା , ପ୍ରଫୁଲ୍ଲା ବେବର୍ତ୍ତା , ରାଜେଶ୍ୱରୀ ସ୍ୱାଇଁ ପ୍ରିୟା ପ୍ରଧାନ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଶେଷରେ ବିଶ୍ଵ ଚ଼ଟିଆ ଦିବସ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।
ରାଜ୍ୟ
"ପ୍ରଗତି" ମହିଳା ସଂଗଠନ ଆନୁକୂଲ୍ୟରେ "ପଖାଳ ଦିବସ" ପାଳିିିତ
- Hits: 14








