ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଠାରେ ବହୁ ବର୍ଷା ଧରି କିଛି ଯୁବଗୋଷ୍ଠୀ ମିଶି ପାଳିଛନ୍ତି ପଖାଳ ଦିବସ।ମାଲକାନଗିରି ଜିଲ୍ଲା ରେ ବହୁ ଭାଷା ଭାଷୀ ଲୋକ ବାସ କରୁଥିଲେ ମଧ୍ୟ ଆଜି ସମସ୍ତେ ଏକତ୍ରୀତ ହୋଇ ଓଡିଶା ରୋ ଏହି ଓଡ଼ିଆ ମାନଙ୍କ ଏହି ପଖାଳ ଦିବସ ଟିକୁ କରିଥିବା ଦେଖିବାକୁ ମିଳିଛି। ପଖାଳ ହେଉଛି ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ବେଶି ମନେ ପଡ଼େ। ମଧ୍ୟାହ୍ନ ଭୋଜନରେ ଧନୀଠାରୁ ଗରିବ, ସମସ୍ତେ ଖୋଜନ୍ତି ପଖାଳ କଂସା। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ। ପଖାଳ ଭଗ ଆକାରରେ ଜଗନ୍ନାଥ ଅଙ୍କୁ ଭଗ ଲାଗି ଥାଏ, ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱବ୍ୟାପୀ ପଖାଳ ଦିବସ ଭାବେ ପାଳିତ କରୁଛନ୍ତି। ସେଥିପାଇଁ କିଛି ବର୍ଷ ଧରି ଏହି ପଖାଳ ଦିବସ କୁ ପାଳନ କରି ଆସୁଛନ୍ତି Mv-79 ର୍ ଯୁବ ଗୋଷ୍ଠୀ l ତେବେ ଆଜି ମଧ୍ Mv-79 ରୋ ଯୁବ ଗୋଷ୍ଠୀ ଏହି ପଖାଳ ଦିବସ ଟିକୁ ଖୁବ୍ ଧୁମ୍ ଧାମ୍ ରେ ପାଳନ କରିବାର ଦେଖିବାକୁ ମିଳିଛି l
ଯୁବ ଗୋଷ୍ଠୀ ଙ୍କ କହିବା ଅନୁସାରେ ପ୍ରତି ବର୍ଷ ଏହୀ ପଖାଳ ଦିବସ ପାଳି ଆସୁଚିନ୍ତି ଛନ୍ତି। କିଛି ଲୋକେ ପଖାଳକୁ ପାସୋରି ଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ରେ ଅସହ୍ୟ ଖରା ଓ ଅଂଶୁଘାତ ଜନିତ ସମସ୍ୟାରୁ ନିଜକୁ ସୁରକ୍ଷିତ କରିବା ପାଇଁ ସମସ୍ତେ ପୁଣି ପଖାଳ ମୁହାଁ କରିଛି। ଭାତରେ ପାଣି ଦେଇ ସେଥିରେ ଦହି, ଲେମ୍ବୁପତ୍ର, ସୋରିଷ ଲଙ୍କା ଛୁଙ୍କ କରି ପ୍ରସ୍ତୁତ କରାଯାଏ ପଖାଳ। ପୁଣି ପଖାଳ ସହିତ ବିଭିନ୍ନ ପ୍ରକାରର ଚଟଣି ଲୋକେ ଖାଇଥା’ନ୍ତି। ଧନିଆ, ନଡ଼ିଆ, ପୁଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି,ଆମ୍ବୁଲ ସମେତ ସୁନୁସୁନିଆ, ଲେଉଟିଆ, ସଜନା, କଳମ ଆଦି ବିଭିନ୍ନ ପ୍ରକାରର ଶାଗଭଜା, ବିଭିନ୍ନ ପ୍ରକାର ଆଚାର ପଖାଳର ସ୍ବାଦକୁ ବହୁଗୁଣିତ କରିଦିଏ। ପୁଣି ପଖାଳ ମଧ୍ୟ ବିଭିନ୍ନ ପ୍ରକାର ଯଥା ଚାଇଁ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ ଇତ୍ୟାଦି। ବିଭିନ୍ନ ଅଞ୍ଚଳର ଲୋକ ଭିନ୍ନ ଭିନ୍ନ ପ୍ରକାରେ ଏହା ପ୍ରସ୍ତୁତ କରନ୍ତି।ଆଜିର ଏହି ପଖାଳ ଦିବସ ରେ କିଛି ବରିଷ୍ଠ ସାମ୍ବାଦିକ ସହ ଏମ.ଭି-୭୯ ର ଯୁବଗୋଷ୍ଠୀ ଉପସ୍ଥିତ ରହି ଏହି ପଖାଳ ଦିବସ ଟିକୁ ଖୁବ ଆନନ୍ଦରେ ପାଳିଛନ୍ତି ଆୟଜକ ଆଷିଶ କୁମାର ବାଇନ ଓ ସଂଜୀବ ହାଲଦାର,ଅମିତ ମଣ୍ଡଳ, ରାକେଶ ମଣ୍ଡଳ, ତପନ କୀତନିଆ, ରିକି ବାରିକ, ବିରାଜ ମଣ୍ଡଳ, ଭିକୁ ଢାଳି, ସୁଦିପ ଦତ୍ତ l
ତେବେ ଏହି ବର୍ଷା ରନ୍ଧନ ଗ୍ୟାସ ପାଇଁ ପାଞ୍ଚ ପ୍ରକାର ଆଇଟମ କରିଥିବା ସହ ଅଳ୍ପ ଲୋକଙ୍କ ମଧ୍ୟରେ ପାଳନ କରାଯିବା ସୂଚନା ଦେଲେ ଯୁବ ଗଷ୍ଟି ସଦୃଶ୍ୟ l
l ଏହି ଯୁବ ଗୋଷ୍ଠୀ ପଖାଳ ଦିବସ ପାଳନ କରି ବହୁତ୍ ଖୁସି ଏବଂ ଆଗାମୀ ବର୍ଷ ମଧ୍ୟ ଏହି ପଖାଳ ଦିବସ କୁ ଆହୁରି ଧୁମ୍ ଧାମ୍ ରେ ପାଳନ କରିବେ ବଲୀ କହିଛନ୍ତି lଆୟଜକ ଆଷିଶ ବାଇନ ଓ ସଂଜୀବ ହାଲଦାର
ରାଜ୍ୟ
ପଖାଳ ଦିବସ ପାଳିଲେ ଏମ ଭି ୭୯ର ଯୁବଗୋଷ୍ଠୀ।
- Hits: 8








